fbpx

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ପଠାନ’; ତିନି ଦିନରେ ରୋଜଗାର କରିଛି ଏତିକି କୋଟି

ମୁମ୍ବାଇ: ବହୁ ବାଦ ବିବାଦ ପରେ ଫିଲ୍ମ ‘ପଠାନ’ ଜାନୁଆରୀ ୨୫ ତାରିଖରେ ଦେଶ ଏବଂ ବିଶ୍ୱର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଫଳରେ ଏହି ଫିଲ୍ମ ତାର ଜୱଲା ଦେଖାଉଛି ଏବଂ ଦର୍ଶକଙ୍କ ହୃଦୟ ଜିତିବାର ଲାଗିଛି । ଗତ ୪ ବର୍ଷ ପହରେ ବଲିଉଡକୁ ଶାହାରୁଖଙ୍କ ଧମାକାଦାର ଏଣ୍ଟ୍ରୀ ଏହି ଫିଲ୍ମର ଚାହିଦାକୁ ଦ୍ୱିଗୁଣିତ କରିଛି । ଯାହାର ଫଳ ସ୍ୱରୂପ ଏହି ଫିଲ୍ମର ରୋଜଗାରରୁ ହିଁ ଜଣା ପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମ ପଠନର ପୋଷ୍ଟର ରିଲିଜ ହେବା ପରଠାରୁ ଏହାକୁ ନେଇ ବିଭିନ୍ନ ବିବାଦ ଦେଖିବାକୁ ମିଳିଥିଲା । ଏଥିସହିତ ଏହି ଫିଲ୍ମକୁ ବହୁତ ଟ୍ରୋଲ ମଧ୍ୟ କରାଯାଉଥିଲା । କିନ୍ତୁ ଏହିସବୁ ପରେ ମଧ୍ୟ ଜାନୁଆରୀ ୨୫ ତାରିଖରେ ଏହା ଦେଶ ତଥା ବିଶ୍ୱର ଅନେକ ସିନେମା ଘରେ ମୁକ୍ତି ଲାଭ କରିଛି । ଯାହାକି କେଜିଏଫ-୨ ଏବଂ ଆର ଆର ଆର ର ରେକର୍ଡ ମଧ୍ୟ ଭାଙ୍ଗିଛି । ତେବେ ଏହି ଫିଲ୍ମ ରିଲିଜର ତିନି ଦିନ ମଧ୍ୟରେ ୱାଲର୍ଡ ୱାଇଡ ବକ୍ସ ଅଫିସରେ ୩୦୦ କୋଟି ଟଙ୍କା ରୋଜଗାର କରିଛି ।

ଅନ୍ୟପକ୍ଷେ ଭାରତରେ ଫିଲ୍ମ ପଠାନକୁ ବିରୋଧ କରାଯାଉଥିବା ବେଳେ ଏହା ଭଲ କଲେକ୍ସନ କରିପାରି ନାହିଁ । ତେବେ ଟ୍ରେଣ୍ଡ ଆନାଲିସିସି ରମେଶ ବାଳା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହା କହିଛନ୍ତି ଯେ, ଫିଲ୍ମ ପଠାନ୍ ଭାରତୀୟ ବକ୍ସ ଅଫିସରେ ମାତ୍ର ୩୪ ରୁ ୩୬ କୋଟି ଟଙ୍କା ରୋଜଗାର କରିଛି । ଯାହାକି ଏହାର ପ୍ରଥମ ଏବଂ ଦ୍ୱିତୀୟ ଦିନ ତୁଳନାରେ କମ ରୋଜଗାର ହୋଇଛି । କିନ୍ତୁ ବିଦେଶରରେ ଫିଲ୍ମ ପଠାନ ତାର ଧମାଲ ଜାରି ରଖିଛି । ଫଳରେ ମାତ୍ର ତିନି ଦିନରେ ୩୦୦ କୋଟି ରୋଜଗାର କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ତେବେ ପ୍ରଥମ ୱିକାଣ୍ଡରେ ଫିଲ୍ମ ପଠାନ କେତେ ରୋଜଗାର କରିବ ଏବଂ କେଉଁ ନୂତନ ରେକର୍ଡ ସୃଷ୍ଟି କରିବ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.