fbpx

‘Pathaan’ ରଚିଲା ଇତିହାସ: ଭାଙ୍ଗିଲା ‘KGF-2’ ଓ ‘War’ ରେକର୍ଡ, ବକ୍ସ ଅଫିସରେ ବଡ଼ ହିଟ୍ ମାରିଲେ କିଙ୍ଗ ଖାନ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ଜାନୁଆରୀ ମାସ ୨୩ ତାରିଖରେ ରିଲିଜ୍ ହୋଇଛି କିଙ୍ଗ ଖାନ ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ‘ପଠାନ’ ଫିଲ୍ମ । ତେବେ ପ୍ରଥମ ଦିନରେ ଫିଲ୍ମଟି ଅନେକରେକର୍ଡ ସ୍ଥାପନ କରିଛି । ଏହାକୁ ନେଇ ପ୍ରଶଂସକମାନେ ଥିଏଟର ବାହାରେ ବାଣ ଫୁଟାଇ ଉତ୍ସବ ପାଳନ କରୁଛନ୍ତି । ଏହି ପରିବେଶ କୌଣସି ବଡ଼ ପର୍ବପର୍ବାଣିର ମାହୋଲ ଠାରୁ କମ୍ ନୁହେଁ ।

ତେବେ ପ୍ରଥମ ଦିନରୁ ହିଁ ‘ପଠାନ’ ବକ୍ସ ଅଫିସରେ ନିଜର କମାଲ୍ ଦେଖାଇ ସାରିଛି । ଏହି ଫିଲ୍ମ ‘କେଜିଏଫ୍-୨’ ଓ ‘ୱାର’ର ରେକର୍ଡ ଭାଙ୍ଗି ଦେଇଛି । ଦୀର୍ଘ ୪ ବର୍ଷ ପରେ କିଙ୍ଗ ଖାନଙ୍କ ଫିଲ୍ମ ସିଲଭର ସ୍କ୍ରିନକୁ କମବ୍ୟାକ କରିଛି । ତେଣୁ ଏନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି । ଚାରିଆଡ଼େ ଖାଲି ‘ପଠାନ… ପଠାନ… ‘ଗୁଞ୍ଜରିତ ହେଉଛି । ଶାହରୁଖଙ୍କ ବଡ଼ ଧମାକାଦାର ଏଣ୍ଟ୍ରିକୁ ଫ୍ୟାନ୍ସ ହୃଦୟ ମଧ୍ୟରୁ ଗ୍ରହଣ କରିଛନ୍ତି ।

ତେବେ ଟ୍ରେଡ ଆନାଲିଷ୍ଟ ରମେଶ ବଳଙ୍କ ମୁତାବକ, ପଠାନ ପ୍ରଥମ ଦିନରେ ୫୪ କୋଟି ଟଙ୍କା ଆୟ କରିଛି । ଏଥିସହିତ ଫିଲ୍ମଟି ସବୁଠାରୁ ବଡ଼ ନନ-ହଲିଡେ ଓପନର ଫିଲ୍ମ ହେବାରେ ସକ୍ଷମ ହୋଇଛି । ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି ଅନ୍ୟ ସବୁ ଭାରତୀୟ ଫିଲ୍ମ । ‘କେଜିଏଫ-୨’ ହିନ୍ଦି ଭର୍ସନରେ ପ୍ରଥମ ଦିନରେ ୫୩.୯୫ କୋଟି ଓ ୱାର ୫୩.୩୫ କୋଟି ଟଙ୍କା ଆୟ କରିଥିଲା । ସେହିପରି ‘ଠଗସ ଅଫ୍ ହିନ୍ଦୁସ୍ତା’ ପ୍ରଥମ ଦିନରେ ୫୨.୨୫ କୋଟି ଓ ‘ହ୍ୟାପି ନ୍ୟୁ ଇୟର’ ୪୪.୯୭ କୋଟି ଆୟ କରିଥିଲା । ଏବେ ‘ପଠାନ’ ପ୍ରଥମ ଦିନରେ ସର୍ବାଧିକ ଆୟ କରିବାରେ ଭାରତୀୟ ଫିଲ୍ମ ଭାବେ ଇତିହାସ ରଚିଛି । ତେବେ ଆଜି ସାଧାରଣତନ୍ତ୍ର ଦିବସରେ ଛୁଟି ଦିନ ପଡ଼ୁଥିବାରୁ ‘ପଠାନ’କୁ ଦର୍ଶକଙ୍କ ତରଫରୁ ଅନେକ ଫାଇବା ମିଳିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.