fbpx

‘Pathaan’ ଫିଲ୍ମ ଟିକେଟ ମାଗଣାରେ ମିଳିବ? ଶାହରୁଖଙ୍କ ଫ୍ୟାନ୍ସ କ୍ଲବ ପକ୍ଷରୁ କରାଯାଉଛି ଶହ-ଶହ, ହଜାର-ହଜାର ଟିକେଟ୍ ବୁକିଂ

ନୂଆଦିଲ୍ଲୀ: ବଲିଉଡ କିଙ୍ଗ ଖାନ୍ ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ’କୁ ନେଇ ସୋସିଆଲ ମିଡ଼ିଆ ସରଗରମ୍ ରହିଛି । ତେବେ ଫିଲ୍ମର ଗୀତ ‘ବେଶରମ’କୁ ନେଇ ଶାହରୁଖଙ୍କୁ ଅନେକ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ମଧ୍ୟରେ ଫିଲ୍ମଟି ବ୍ଲକବଷ୍ଟର ହେବ କି ଫ୍ଲପ ତାହା ଏବେ ବଲିଉଡ ସହିତ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

ତେବେ ଏହା ମଧ୍ୟରେ ଶାହରୁଖ ଖାନଙ୍କ ଫ୍ୟାନ କ୍ଲବ ଦ୍ୱାରା ଶହ ଶହ, ହଜାର ହଜାର ସଂଖ୍ୟାରେ ଟିକେଟ୍ ବୁକିଂ କରିବା କ’ଣ ସନ୍ଦେଶ ଦେଉଛି । ଆସନ୍ତା ୨୫ ତାରିଖରେ ‘ପଠାନ’ ରିଲିଜ୍ ହେବାକୁ ଯାଉଥିବା ବେଳେ ଶାହରୁଖଙ୍କ ଆକ୍ଟିଭ ଫ୍ୟାନ କ୍ଲବ ପକ୍ଷରୁ ହାଜର ହଜାର ସଂଖ୍ୟାରେ ଟିକେଟ ବୁକିଂ କରାଯାଉଥିବା କଥା କୁହାଯାଉଛି । ତେବେ ଏହା ମଧ୍ୟ କୁହାଯାଉଛି ଯେ, ଫ୍ୟାନ୍ସଙ୍କ ସ୍ପେଶାଲ ଡିମାଣ୍ଡ ପରେ କିଛି ସ୍ଥାନରେ ସକାଳ ୮.୩୦ରେ ଶୋ’ ଆରମ୍ଭ ହେବ ।

ତେବେ ଦିଲ୍ଲୀରେ ଶାହରୁଖଙ୍କ ଏକ ଫ୍ୟାନ ଦ୍ୱାରା ପିଭିଆରର ପୂରା ଶୋ’ ବୁକ୍ କରାଯାଇଥିବା କୁହାଯାଉଛି । ଏହାକୁ ନେଇ ସାରା ଦିନ ସୋସିଆଲ ମିଡ଼ିଆରେ ଭିଡିଓ ମଧ୍ୟ ଆସୁଛି । ତେବେ ଫ୍ୟାନ୍ସ କ୍ଲବ ଦ୍ୱାରା ବୁକ କରାଯାଉଥିବା ଏହିସବୁ ଟିକେଟକୁ କ’ଣ ମାଗଣାରେ ବଣ୍ଟାଯିବ ବୋଲି ମଧ୍ୟ କିଛି ଲୋକ କହୁଛନ୍ତି । ୨୫ରୁ ୨୯ ପର୍ଯ୍ୟନ୍ତ ଫ୍ୟାନ୍ସ ଟିକେଟ୍ ବୁକିଂ କରୁଥିବା କୁହାଯାଉଛି । ତେବେ ଯଦି ଫିଲ୍ମଟି ୪-୫ ଦିନ ପର୍ଯ୍ୟନ୍ତ ହାଉସଫୁଲ୍ ରୁହେ ଆଉ ତା’ପରେ ସିଟ୍ ଖାଲି ପଡ଼େ, ତେବେ ଆଗକୁ କ’ଣ ହେବ । ପୂର୍ବରୁ ଅମିର ଖାନଙ୍କ ‘ଠଗସ ଅଫ୍ ହିନ୍ଦୁସ୍ତାନ’ ଓ ସଲମାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ’ ପ୍ରଥମରୁ ଭଲ ଚାଲିଥିବା ବେଳେ ପରେ ଫ୍ଲପ ହୋଇଥିଲା ବୋଲି କହି ଅନେକ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.