fbpx

ବିବାଦ ଛୁ …ଏବେ ରେକର୍ଡ ବ୍ରେକ ମୋଡ଼ରେ କିଙ୍ଗ ଖାନଙ୍କ ‘ପଠାନ’

ମୁମ୍ବାଇ:ବିବାଦରେ ଆରମ୍ଭ ହେଇଥିବା ପଠାନ ଏବେ ବକ୍ସ ଅଫିସରେ ହଲଚଲ ସୃଷ୍ଟି କରିଛି । ଚଳଚ୍ଚିତ୍ରର ବିପୁଳ ରୋଜଗାର ବାଣିଜ୍ୟ ବିଶ୍ଳେଷଣକାରୀଙ୍କ ହୋସ
ଉଡ଼ାଇ ଦେଇଛି । ଏହା କହିବା କାରଣ ପଠାନ୍ ଦ୍ୱିତୀୟ ଦିନରେ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କିଙ୍ଗ ଖାନଙ୍କ ଫିଲ୍ମ ଦୁଇ ଦିନ ମଧ୍ୟରେ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ପଠାନଙ୍କ ରିଙ୍ଗ୍ ଷ୍ଟିଙ୍ଗ ପ୍ରଥମ ଦିନରେ ଭାରତରେ ୫୭ କୋଟି ଆୟ ପରେ ଦ୍ୱିତୀୟ ଦିନରେ ମଧ୍ୟ ପଠାନ ସବୁ ରେକର୍ଡ ଭାଙ୍ଗିଛି ।

ଗଣତନ୍ତ୍ର ଦିବସ ଛୁଟିରେ ପଠାନଙ୍କୁ ବହୁତ ଲାଭ ମିଳିଛି । ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ, ପଠାନର ହିନ୍ଦୀ ସଂସ୍କରଣ ଦ୍ୱିତୀୟ ଦିନରେ (ଗୁରୁବାର) ୭୦ କୋଟି ସଂଗ୍ରହ କରିଛି। ଦୁଇ ଦିନ ମଧ୍ୟରେ ପଠାନଙ୍କ ରୋଜଗାର ସଂଖ୍ୟା ୧୨୭ କୋଟି ପର୍ଯ୍ୟନ୍ତ ପହଞ୍ଚିଛି। ଦ୍ୱିତୀୟ ଦିନର ରୋଜଗାରରେ ପଠାନ କେଜିଏଫ୍୨ କୁ ପରାସ୍ତ କରିଛନ୍ତି। କେଜିଏଫ୍୨ ର ହିନ୍ଦୀ ସଂସ୍କରଣ ଦ୍ୱିତୀୟ ଦିନରେ ୪୭ କୋଟି ରୋଜଗାର କରିଥିଲା ​।

ଦ୍ୱିତୀୟ ଦିନରେ ପଠାନ ୬୦-୬୫ କୋଟି ଟଙ୍କା ସଂଗ୍ରହ କରିବେ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହି ସମସ୍ତ ଆଶାଠାରୁ ଆଗକୁ ଯାଇ, ପଠାନ୍ ଏକ ବ୍ଲକବ୍ଳଷ୍ଟ୍ର ହିଟ କରିଛି। କେବଳ ଏତିକି ନୁହେଁ ପଠାନ ପ୍ରତିଦିନ ନୂଆ ଇତିହାସ ସୃଷ୍ଟି କରୁଛନ୍ତି । ରମେଶ ବାଲା ଟ୍ୱିଟ୍ କରି କହିଛନ୍ତି ଯେ ବିଶ୍ୱର ବକ୍ସ ଅଫିସରେ ପଠାନ ୨୩୫ କୋଟି ଆୟ କରିଛନ୍ତି।

ଦୁଇ ଦିନ ମଧ୍ୟରେ ପଠାନଙ୍କ ଏଭଳି ରୋଜଗାର ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ବୋଲି କହିଛି। କିଙ୍ଗ ଖାନଙ୍କ ପାଇଁ ଲୋକଙ୍କର କ୍ରେଜ ଏପରି ଯେ ସୀମା ପାର୍ଶ୍ୱରେ ଥିବା ପାକିସ୍ତାନୀ ସେଲିବ୍ରେଟମାନେ ପଠାନଙ୍କ ପାଇଁ ପାଗଳ ଦେଖାଯାଉଛନ୍ତି। କାଶ୍ମୀରରେ ଗତ ୩୨ ବର୍ଷର ରେକର୍ଡ ଭାଙ୍ଗିଛି। ୩୨ ବର୍ଷ ପରେ, କେବଳ କିଙ୍ଗ ଖାନଙ୍କ କାରଣରୁ, କାଶ୍ମୀରର ପ୍ରେକ୍ଷାଳୟ ବାହାରେ ହାଉସଫୁଲ ବୋର୍ଡ ସ୍ଥାପନ କରାଯାଇଛି। ସମଗ୍ର ଦେଶରେ ପଠାନ ଝଡ଼ ପ୍ରବାହିତ ହେଉଛି।

Get real time updates directly on you device, subscribe now.