fbpx

ରୋଗୀଙ୍କର କୌଣସି ପ୍ରମାଣ ପତ୍ର ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ : ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ ୦୩ ।୦୫ (ଓଡ଼ିଶା ଭାସ୍କର) : କରୋନା ଲାଗି ସୁପ୍ରିମ କୋର୍ଟ କେତେକ ନୂତନ ନିର୍ଦ୍ଦେଶାବଳୀ ଜରି କରିଛନ୍ତି । ରବିବାର ବିଳମ୍ବିତ ରାତିରେ ସୁପ୍ରିମ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । କୌଣସି ରୋଗୀଙ୍କର ସ୍ଥାନୀୟ ଆବାସିକ ପ୍ରମାଣ ପତ୍ର କିମ୍ବା ପରିଚୟ ପତ୍ର ନଥିଲେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିକିତ୍ସା ଓ ଔଷଧ ପାଇବାରୁ ସେ ଯେମିତି ବଞ୍ଚିତ ନହୁଅନ୍ତି । ଡାକ୍ତରଖାନାରେ ଭର୍ତ୍ତି ହେବା ନିମନ୍ତେ ରୋଗୀଙ୍କ ଲାଗି ଏକ ଜାତୀୟ ଯୋଜନା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତି କରାଯିବ । ଏନେଇ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଜାତୀୟ ଯୋଜନାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଅନୁସରଣ କରିବେ। ଏଥିସହ ସୁପ୍ରିମକୋର୍ଟ ଏକଥା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସହଯୋଗରେ ଅକ୍ସିଜେନର ‘ବଫର୍ ଷ୍ଟକ୍’ ସୃଷ୍ଟି କରିବା ଆବଶ୍ୟକ । ଯେପରି ଆଗାମୀ ଦିନରେ କୌଣସି ସଙ୍କଟ ଦେଖା ଦେଲେ ମଧ୍ୟ ନିରବଚ୍ଛିନ୍ନ ଭାବେ ସବୁ ଆଡ଼କୁ ଅକ୍ସିଜେନ୍ ଯୋଗାଣରେ ବାଧା ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି। ସେପଟେ ଦିଲ୍ଲୀରେ ଅକ୍ସିଜେନ୍ ଯୋଗାଣର ସମସ୍ୟା ଦୁଇ ଦିନ ମଧ୍ୟରେ ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.