fbpx

ପଟ୍ଟାମୁଣ୍ଡାଇ:ବାହାଘର ଭୋଜି ଖାଇ ୧୦୦ରୁ ଅଧିକ ବରଯାତ୍ରୀ ଅସୁସ୍ଥ

ପଟ୍ଟାମୁଣ୍ଡାଇ  , ୨୧ା୨ (ଓଡିଶା ଭାସ୍କର) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବାହାଘର ଭୋଜି ଖାଇ ୧୦୦ରୁ ଅଧିକ ବରଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପଟ୍ଟାମୁଣ୍ଡାଇ ମାଟିଆ ଗାଁର କୁନାଲ ମଲିକଙ୍କ ବାହାଘରରେ ଯାଇଥିବା ବରଯାତ୍ରୀମାନେ ବାହାଘର ଭୋଜି ଖାଇସାରିବା ପରେ ଅସୁସ୍ଥ ହୋଇପଡିଛନ୍ତି। ଏହାପରେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିବା ବ୍ୟକ୍ତିମାନେ ପଟ୍ଟାମୁଣ୍ଡାଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭର୍ତ୍ତି କରାଯାଇଛି। ତେବେ ଭୋଜି ରେ ଥିବା କେଉଁ ଖାଦ୍ୟ ଖାଇ ଲୋକମାନେ ଅସୁସ୍ଥ ହୋଇପଡିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାଣ ପଡ଼ିନାହିଁ ।

Get real time updates directly on you device, subscribe now.