fbpx

ସର୍ଯ୍ୟଙ୍କୁ ଜଳଦାନ ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ : ମିଳିବ ନାରାୟଣଙ୍କ କୃପା, ବଦଳିବ ଭାଗ୍ୟ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବିଙ୍କର ନିଜସ୍ୱ ସ୍ଥାନ ଏବଂ ସେମାନଙ୍କ ମହିମା ରହିଛି । ସମସ୍ତ ଦେବତାମାନଙ୍କ ଦିନ ଏବଂ ସେମାନଙ୍କତ ପୂଜା ବିଦ୍ଧି ଭିନ୍ନ ଭିନ୍ନ ହୋଇଥାଏ । ତେବେ ଶନିବାର ଦିନ ଯେପରି ଭଗବାନ ଶନିଦେବଙ୍କୁ ପବଜା କରାଯାଏ , ରବିବାର ଦିନ ମଧ୍ୟ ଠିକ୍ ସେହିପରି ପ୍ରଭୁ ନାରାୟଣ ଏବଂ ପ୍ରଭୁ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଏ । ଏଥିସହିତ ରବିବାରକୁ ସୂର୍ଯ୍ୟଙ୍କ ଦିନ ଭାବରେ ବିବେଚନା କରାଯାଏ । ତେବେ ଯଦି କୌଣସି ବ୍ୟକ୍ତି ନିୟମିତ ଭାବରେ ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରନ୍ତି, ତାଙ୍କ ଉପରେ ସର୍ବଦା ସୂର୍ଯ୍ୟଙ୍କ କୃପା ରହିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ସ୍ନାନ ପରେ ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରିଥାନ୍ତି । ଏପରି କରିବା ଦ୍ୱାରା ମନରେ ସକରାତ୍ମକ ଭାବନା ଆସିଥାଏ । କିନ୍ତୁ  ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଲାଗି ରହିବା ସହ ଶକ୍ତି, ବୁଦ୍ଧି, ଜ୍ଞାନ, ଉଜ୍ଜ୍ୱଳତା ଆଦି ପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସୂର୍ୟ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବାବେଳେ କେଉଁ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ:

ହିନ୍ଦୁ ଧର୍ମ ଅନୁଯାୟୀ, ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

୧-ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ ସମୟରେ ଏକ ତମ୍ବା ପାତ୍ରରେ ସର୍ବଦା ସୂର୍ୟ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ |

୨-ସେହିପରି ଜଳ ଅର୍ପଣ ସମୟରେ ଫୁଲ, ଚନ୍ଦନ ଏବଂ ଅକ୍ଷତକୁ ପାଣିରେ ରଖିବା ଶୁଭ ବୋଲି କୁହାଯାଇଥାଏ । ତେଣୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ ପାଣିରେ ଏହାକୁ ରଖନ୍ତୁ ବା ପକାନ୍ତୁ ।

୩-ପୁରାଣ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ ସର୍ବଦା ପୂର୍ବମୁଖା ହୋଇ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ସୂର୍ଯ୍ୟଙ୍କ କୃପା ଦୃଷ୍ଟି ପଡିଥାଏ । ଏଥିସହତ ଆପଣ ଧନବାନ ଓ ଭଗ୍ୟଶଳୀ ହୋଇଥାନ୍ତି ।

୪-ତେବେ ପ୍ରତ୍ୟେକ ବ୍ୟକ୍ତି ମନେରଖିବା ଉଚିତ୍ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ ଜୋତା କିମ୍ବା ଚପଲ ପିନ୍ଧି ଜଳ ଅର୍ପଣ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ସୂର୍ଯ୍ୟଙ୍କ କୋପ ଦୃଷ୍ଟି ପଡିବା ସହ ଜୀବନରେ ଦାରିଦ୍ର ଏବଂ ଅଶାନ୍ତି ଲାଗି ରହିବ ।

୫- ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ ଅର୍ପିତ କରୁଥିବା ଜଳ ଧାରା ଉପରେ ସୂର୍ଯ୍ୟଙ୍କ କରିଣକୁ ଦେଖିବା ଶୁଭ ବୋଲି ବିବେଚନା କରାଯାଏ ।

ସୂର୍ଯ୍ୟ ପୂଜାର ଲାଭ: ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ହୋଇଥାନ୍ତି ସେହି ବ୍ୟକ୍ତି ନିୟମିତ ଭାବରେ ସୂର୍ୟ୍ୟଙ୍କୁ ଜଳ ପ୍ରଦାନ କରିବା ଉଚିତ୍। ସେହିପରି ଯେଉଁ ବ୍ୟକ୍ତିମାନେ କୌଣସି କର୍ମରେ ବାରମ୍ବାର ପ୍ରୟାସ ପରେ ମଧ୍ୟ ଆପଣ ସଫଳତା ପାଇ ପାରୁନାହାଁନ୍ତି, ତେବେ ସେହିବ୍ୟକ୍ତିମାନେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ସହିତ ଜଳ ଅର୍ପଣ କରିବା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏତିସହିତ ସୂର୍ଯ୍ୟ ଭଗବାନଙ୍କୁ ପ୍ରତ୍ୟେକ ଦିନ ଜଳ ଅର୍ପଣ କରିବା ଦ୍ୱାରା ମନ ଶାନ୍ତ ହେବା ସହ ବ୍ୟକ୍ତିର ଅହଂକାର ଏବଂ କ୍ରୋଧ ନଷ୍ଟ ହୋଇଯାଏ । ଏତତ୍ ବ୍ୟତୀତ ଘରେ ସର୍ବଦା ସୁଖ ଶାନ୍ତି ଏବଂ ସମୃଦ୍ଧି ଲାଗି ରହିଥାଏ । ତେବେ ସୂର୍ଯ୍ୟଙ୍କୁ ପ୍ରତ୍ୟେକ ଦିନ ପୂଜା କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ଆପଣ ଧନବାନ ହୋଇଥାନ୍ତି ।

 

Get real time updates directly on you device, subscribe now.