fbpx

ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରକୁ ଏସିଡ୍ ଆଟାକ୍, କିଛି ମୁଖାପିନ୍ଧା ଦୁର୍ବୃତ୍ତ ଆକ୍ରାମଣ କରିଥିବା ନେଇ ଅଭିଯୋଗ

ମୁମ୍ବାଇ (ଭାସ୍କର ନ୍ୟୁଜ୍): ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ପାୟଲ ଘୋଷ । ପାୟଲଙ୍କୁ ଏସିଡ୍‌ ଆଟାକ୍‌ ହୋଇଥିବା ଅଭିଯୋଗ ହୋଇଛି । ମେଡିସିନ୍‌ କିଣବାକୁ ଯାଉଥିବା ବେଳେ କେହି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ କରିଛନ୍ତି ।

ପାୟଲ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ କାରରେ ଯାଉଥିଲେ, କିଛି ପୁରୁଷ ତାଙ୍କୁ ଫଲୋ କରି ଏକ ରଡ଼ରେ ଆକ୍ରମଣ କରିଥିଲେ । ଏହି ସମୟରେ ସେମାନେ ଏକ ବୋତଲରେ ଥିବା ତରଳ ପଦାର୍ଥକୁ ତାଙ୍କ ଉପରକୁ ଫୋପାଡ଼ିଥିଲେ । ଏହାକୁ ସେ ଏସିଡ୍‌ ବୋଲି ସନ୍ଦେହ କରୁଛନ୍ତି । ସେ କହିଛନ୍ତି ଯେ, ସୌଭାଗ୍ୟବସତଃ ସେ ଏହି ଆକ୍ରମଣରୁ ବର୍ତ୍ତିଯାଇଛନ୍ତି । କିନ୍ତୁ ତାଙ୍କ ବାମ ହାତରେ ସାମାନ୍ୟ ଆଘାତ ଲାଗିଛି । ଏହି ପ୍ରସଙ୍ଗରେ ସେ ଥନାରେ ଏକ ଏଫ୍‌ଆଇଆର୍‌ ଦାଖଲ କରିବେ ବୋଲି ଅଭିନେତ୍ରୀ କହିଛନ୍ତି । ତେବେ ଏ ସମ୍ପର୍କରେ ସେ ତାଙ୍କ ଇନଷ୍ଟାଗ୍ରାମରେ କ୍ଲି୍‌ ଜାରି କରି ସୂଚନା ଦେଇଛନ୍ତି । ସେଥିରେ ସେ କହିଛନ୍ତି ଯେ, ହାଏ, ମୁଁ ପାୟଲ ଘୋଷ । ଗତକାଲି ମୁଁ କିଛି ମେଡିସିନ୍‌ କିଣିବାକୁ ଘରୁ ବାହାରିଥିଲି । ଯେତେବେଳେ ମୁଁ ମୋ ଡ୍ରାଇଭର ସିଟରେ ବସିବାକୁ ଯାଉଥିଲି ସେହି ସମୟରେ କିଛି ଲୋକ ଆସି ମତେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।

 

Get real time updates directly on you device, subscribe now.