fbpx

ଖୁବଶୀଘ୍ର ବଦଳିବେ ପିସିସି ସଭାପତି !

ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ । ପିସିସି ସଭାପତି ବଦଳିବା ସମ୍ଭାବନା ନେଇ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି । ପିସିସି ସଭାପତି ଦୌଡ଼ରେ ରହିଛନ୍ତି ୧୩ ବରିଷ୍ଠ ନେତା । ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଭକ୍ତ ଚରଣ ଦାସ, ଶରତ ରାଉତ, ଶରତ ପଟ୍ଟନାୟକ ଏମାନେ ସମସ୍ତେ ପିସିସ ସଭାପତି ଦୌଡ଼ରେ ରହିଥିବା ଜଣାପଡ଼ିଛନ୍ତି ।

ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ବରିଷ୍ଠ ନେତା ଶରତ ରାଉତ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ରହିଛନ୍ତି । ବିରୋଧୀ ଦଳ ଭାବେ ମୁକାବିଲା ପାଇଁ ଦକ୍ଷ ନେତା ଦରକାର ବୋଲି ସେ କହିଛନ୍ତି । ସଂଗଠନକୁ ଆଗକୁ ନେବା ଭଳି ଦକ୍ଷ ନେତାଙ୍କୁ ଦାୟିତ୍ୱ ଦିଆଯାଉ । ସବୁ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନ୍ୟସ୍ତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.