fbpx

ଭିଜିଲାନ୍ସ ଜାଲରେ PEO, ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜ୍ୟର ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଭିଜିଲାନ୍ସର ୩ଟି ଟିମ୍ ସାମିଲ ଥିବାବେଳେ ଟିମ୍ ହାତରେ ବହୁତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଲାଗିଥିବା ଜଣାପଡ଼ିଛି ।

ଏହି ବାବୁ ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆ । ଶ୍ରୀ ଖୁଣ୍ଟିଆଙ୍କ କୁଚିଣ୍ଡାସ୍ଥିତ ଦୁଇ ମହଲା ବାସଭବନ, ସୁବର୍ଣ୍ଣପାଲିର ପୈତୃକ ଘର, ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଥିଲା ।

Get real time updates directly on you device, subscribe now.