fbpx

ଲକ୍-ଡାଉନରେ ସିଗାରେଟ୍ ପାଇଁ ଅନ୍ୟ ଦେଶରେ ପହଞ୍ଚିଲା ବ୍ୟକ୍ତି, ହେଲିକପ୍ଟର ଯୋଗେ ଉଦ୍ଧାର

କରୋନା ଭାଇରସ ଯୋଗୁଁ ଅଧିକାଂଶ ଦେଶରେ ଲକ୍-ଡାଉନ୍ ଜାରି ରହିଛି । ସେଥିପାଇଁ ଲୋକମାନେ ଘରେ ବସି କାମ କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ସିଗାରେଟ୍ ଟାଣିବାର ଅଭ୍ୟାସ ଥିବା ଜଣେ ବ୍ୟକ୍ତି ଯାହା କଲେ , ତାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ସିଗାରେଟ୍ ଟାଣିବା ପାଇଁ ଏପରି ପାଗଳ ହୋଇଗଲେ ଯ, ଏହାକୁ କିଣିବା ପାଇଁ ସେ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶରେ ପହଞ୍ଚିଗଲେ ।

ତେବେ ଫ୍ରାନ୍ସରେ ଜଣେ ବ୍ୟକ୍ତିଙ୍କୁ ଲକ୍-ଡାଉନ୍ ଯୋଗୁଁ ସିଗାରେଟ୍ ମିଳିନଥିଲା । ସିଗାରେଟ୍ ପାଇଁ ସେ ଏତେ ପାଗଳ ଥିଲେ ଯେ,  ତାକୁ କିଣିବା ପାଇଁ ଫ୍ରାନ୍ସରୁ ସ୍ପେନକୁ ପାଦରେ ଚାଲି ଚାଲି ଯିବା ଆରମ୍ଭ କରିଥିଲେ । ଫଳରେ ପୋଲିସ ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିବାକୁ ପଡିଲା । ଫ୍ରାନ୍ସର ଲେ ପର୍ଥସ ପାହାଡରୁ ସେହି ବ୍ୟକ୍ତିଙ୍କୁ ପୋଲିସ ଉଦ୍ଧାର କରିଥିଲା ।

ଫ୍ରାନ୍ସ ପୋଲିିସ କହିଛନ୍ତି ଯେ, ବ୍ୟକ୍ତି ଜଣକ ଚାଲିବା ସମୟରେ ହଜିଯାଇଥିଲେ । ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ପୂର୍ବରୁ ସେ ଏକ ନାଳରେ ପଡିଯାଇଥିଲେ । ଲକ୍-ଡାଉନର ଉଲ୍ଲଙ୍ଘନ ଓ ଭୁଲ୍ ସୀମା ପାର କରିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଉକ୍ତ ବ୍ୟକ୍ତିଙ୍କ ଉପରେ ୧୨୦ ୟୁରୋ ଜୋରିମାନା ଲଗାଇଛନ୍ତି ।

Get real time updates directly on you device, subscribe now.