fbpx

ଏହି ଦେଶରେ ଗାଈକୁ ଭୟଙ୍କର ପଶୁ ଭାବେ ଗ୍ରହଣ କରାଯାଏ, କାରଣ…

ଗାଈକୁ ଆମ ଦେଶରେ ଗୋମାତା ଭାବେ ପୂଜା କରାଯାଏ । କିନ୍ତୁ ଏପରି ଏକ ଦେଶ ରହିଛି ଯେଉଁଠାରେ ଗାଈମାନଙ୍କୁ ଲୋକମାନେ ଭୟଙ୍କର ପଶୁ ଭାବେ ମାନୁଛନ୍ତି । ବ୍ରିଟେନରେ ଗାଈକୁ ଏକ ବିପଜ୍ଜନକ ପଶୁ ଭାବେ ମାନାଯାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅତ୍ୟଧିକ ଓଜନ ସକାଶେ ସେଠାକାର ଲୋକମାନେ ଗାଈକୁ ଏକ ଭୟଙ୍କର ପଶୁ ବୋଲି ଭାବୁଛନ୍ତି । ବ୍ରିଟେରେ ଏକ ଟନରୁ ଅଧିକ ଓଜନ ବିଶିଷ୍ଟ ଗାଈମାନଙ୍କୁ ବିପଜ୍ଜନକ ପଶୁ ବୋଲି ଗ୍ରହଣ କରାଯାଇଥାଏ ।

ଅଧିକ ଓଜନଧାରୀ ପଶୁ ଯେକୌଣସି ଲୋକଙ୍କୁ ଆକ୍ରମଣ କରି ମାରି ଦେଇଥାଏ, ଏହା ବ୍ରିଟେନବାସୀଙ୍କର ଧାରଣା ରହିଛି । ଲଣ୍ଡନ ହେଲଥ ଆଣ୍ଡ ସେଫଟି ଏକଜିକ୍ୟୁଟିଭ (ଏଚଏସଇ)ର ରିପୋର୍ଟ ମୁତାବକ, ବିଗତ ୧୫ ବର୍ଷ ମଧ୍ୟରେ ବ୍ରିଟେନରେ ଗାଈ ଦ୍ୱାରା ୭୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି କାରଣରୁ ସେଠାରେ ଗାଈ ଏକ ବିପଜ୍ଜନକ ପଶୁ ତାଲିକାରେ ସାମିଲ ରହିଛି । ଏପରିକି କୁକୁର ଠାରୁ ମଧ୍ୟ ଗାଈ ଅଧିକ ଖତରନାକ ଅଟେ । କାରଣ ୨୦୦୫ ମସିହାରୁ ୨୦୧୩ ମସିହା ମଧ୍ୟରେ କୁକୁର ଆକ୍ରମଣ ଦ୍ୱାରା ମାତ୍ର ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅପରପକ୍ଷେ ଗାଈ ଆକ୍ରମଣ ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏହାଠାରୁ ବହୁତ ଅଧିକ ଅଟେ । ତେଣୁ ସର୍ବସାଧାରଣଙ୍କ ଯିବାଆସିବା ସ୍ଥାନରେ ଗାଈମାନଙ୍କୁ ନ ଛାଡ଼ିବାକୁ ଏଚଏସଇ ପକ୍ଷରୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.