fbpx

ବୁଲି ଯାଆନ୍ତୁ ତୋଷାଳୀ ମେଳା ସାଙ୍ଗରେ ନେଇ ଟଙ୍କା, ଡିଜିଟାଲ ପେମେଣ୍ଟ ପାଇଁ ନେଟୱର୍କ ଦେଉଛି ଧୋକା

ଭୁବନେଶ୍ୱର: ଆପଣ ତୋଷାଳୀ ମେଳା ବୁଲିବାକୁ ନିହା୍ତ ଯିବେଣି । ଭୁବନେଶ୍ୱରରେ କିଛି ମେଳା ପଡିବ ଆଉ ସେଠାରେ ଲୋକଙ୍କ ଗହଳି ଲାଗିବ ନାହିଁ ଏହା ଅସମ୍ଭବ । ତେବେ ନିକଟରେ ଆରମ୍ଭ ହୋଇ ଯାଇଛି ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ତୋଷାଳୀ ମେଳା ।ସନ୍ଧ୍ୟା ହେଲା ମାନେ ମେଳାରେ ବହୁ ଭିଡ ଜମୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ ହକି ବିଶ୍ୱକପ ସରିଲା ପରେ ଭୁବନେଶ୍ୱରରେ ଯେଉଁଭଳ ଖାଲିଖାଲି ପରିବେଶ ରହିଥିଲା ତାହାକୁ ଟିକିଏ ପୂର୍ଣ୍ଣ କରୁଛି ତୋଷାଳୀ ।

ଆଗକୁ ଯେଉଁଭଳି ଭିଡ ହେଉଥିଲା ଚଳିତ ଥର ମଧ୍ୟ ଭିଡ ହେଉଛି ।ଚଳିତ ବର୍ଷ ଏହି ମେଳା ପରିସରରେ ସମୁଦାୟ ୪୦୦ ଜଣ ହସ୍ତଶିଳ୍ପ କାରିଗର ଅଂଶଗ୍ରହଣ କରିଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୫୦ ଜଣ ହସ୍ତଶିଳ୍ପ କାରିଗର ସେମାନଙ୍କର ପାରମ୍ପରିକ କଳାକୃତି ଯଥା ପଟ୍ଟଚିତ୍ର, ତାଳପତ୍ର ଚିତ୍ର, କଂସା ଓ ପିତ୍ତଳ କାମ, ନଡିଆ ହସ୍ତଶିଳ୍ପ, ଝୋଟ ଶିଳ୍ପ, ଡୋକରା, ଜନଜାତି ଅଳଙ୍କାର, ସବାଇ ଘାସ ଶିଳ୍ପ, କାଇଁଚ ଶିଳ୍ପ, ପଥର ଖୋଦେଇ, କାଗଜ ମୁଖା, ଶିଙ୍ଗ କାମ,ରୂପା ତାରକସି, ଲାଖ ଶିଳ୍ପ, ନଡିଆ କତା ଶିଳ୍ପ ଇତ୍ୟାଦି ପ୍ରଦର୍ଶନପୂର୍ବକ ବିକ୍ରିବଟା କରୁଛନ୍ତି ।

ଭଳିକି ଭଳି ଦୋକାନ ଠାରୁ ଆରମ୍ଭ କରି ସୁସ୍ୱାଦ ଖାଇବାରେ ଯେପରି ଜନତା ମୈଦାନ ଉଠୁଛି ଆଉ ପଡୁଛି । ଲୋକମାନେ ଭଜନ ସନ୍ଧ୍ୟା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଧ୍ୟ ମଜା ଉଠାଉଛନ୍ତି । ଏତଦ୍ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ପଞ୍ଜାବ, ପଶିମବଙ୍ଗ, ଗୁଜୁରାଟ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଛତିଶଗଡ଼, ପୁଡୁଚେରୀ, ଝାଡ଼ଖଣ୍ଡ,ଜମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ସିକିମ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଦିଲ୍ଲୀ, ଆସାମ, ନାଗାଲାଣ୍ଡ, ହରିୟାନା, ମଣିପୁର, ତ୍ରିପୁରା, ତାମିଲନାଡୁ, ହିମାଚଳ ପ୍ରଦେଶ ରୁ ୨୫୦ ଜଣ କାରିଗର ସେମାନଙ୍କର କଳାକୃତି ପ୍ରଦର୍ଶନ କରିଛନ୍ତି । ତୋଷାଳି ଜାତୀୟ ମେଳାରେ ସଂଧ୍ୟାରେ ଜନତା ମୈଦାନରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି ।

ହେଲେ ଏବେ ମୁଖ୍ୟତଃ ସବୁ ଲୋକ ଡିଜିଟାଲ ପେମେଣ୍ଟ ଉପରେ ନିର୍ଭର । ଲୋକ ଆଉ ପାଖରେ ଟଙ୍କା ରଖିବାକୁ ପସନ୍ଦ କରୁନାହାଁନ୍ତି । ବର୍ତ୍ତମାନ ଏହି ଅଭ୍ୟାସ ଲୋକଙ୍କୁ ଟିକିଏ ଅସୁବିଧାରେ ପକାଉଛି । ତୋଷାଳୀ ମେଳାରେ ଲୋକମାନେ କିଭଳି ଭାବରେ ଭରପୂର ମଜା ମଜଲିସ କରିବେ ଏହାକୁ ନେଇ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି କିନ୍ତୁ ଏହି ମେଳା ଭିତରେ ଡିଜିଟାଲ ପେମେଣ୍ଟ କରିବାରେ ଲୋକ ମାନେ ବହୁ ଅସୁବିଧା ସାମ୍ନା କରୁଛନ୍ତି । ଏଠାରେ ନେଟୱାର୍କ କାମ ହିଁ କରୁ ନାହିଁ । ଯେଉଁମାନେ ଡିଜିଟାଲ ପେମେଣ୍ଟ ଉପରେ ଭରଷା କରି ଆସୁଛନ୍ତି ସେମାନେ ହଇରାଣ ହେଉଛନ୍ତି । ମେଳା ଭିତରେ ଏଟିଏମର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ତେଣୁ ଆପଣ ଯଦି ତୋଷାଳୀ ମେଳା ବୁଲିକାକୁ ଯାଉଛନ୍ତି ତେବେ ଆପଣଙ୍କ ସହିତ କିଛି ଟଙ୍କା ନିହାତି ଭାବରେ ନିଅନ୍ତୁ ନଚେତ ଡିଜିଟାଲ ପେମେଣ୍ଟ ଉପରେ ଭରଷା କରିଲେ ଆପଣ ମଧ୍ୟ ଅସୁବିଧାର ସମ୍ମୁଖୀନ୍ନ ହେବେ ।

Get real time updates directly on you device, subscribe now.