fbpx

ଲୋକଙ୍କୁ ଘାଇଲା କରୁଛି ଏକ ବିଲ୍ଲିର ‘କିଲର କମ୍ ଇମୋସନାଲ ଲୁକ୍’, Video ଥରେ ଦେଖନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ବିଲେଇର କିଲର କମ୍ ଇମୋସନାଲ ଲୁକର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ମଜାଦାର ଭିଡିଓକୁ ଅନେକ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ତାଙ୍କର ଏକ ବିଲ୍ଲି ସହିତ ଖୁସିମଜାରେ ସମୟ ବିତାଉଛନ୍ତି । ଏହି ସମୟରେ ପାଖରେ ଥିବା ଅନ୍ୟ ଏକ ବିଲ୍ଲି ଏହାକୁ ସହ୍ୟ କରିପାରୁ ନାହିଁ । ସେ ଈର୍ଷାନ୍ୱିତ ହୋଇ ଏକ ଜବଦରସ୍ତ ଠାଣିରେ ଉକ୍ତ ବ୍ୟକ୍ତିଙ୍କ ଆଡ଼କୁ ଚାହିଁ ରହିଛି । ଏହାର ଅର୍ଥ ହେଉଛି, ତାକୁ କାହିଁକି ଗେଲ କରୁଛ, ମୋତେ କାହିଁକି କରୁନାହିଁ । ବିଲେଇଟିର ଏକ କିଲର ଲୁକ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।

ମାତ୍ର ୮ ସେକେଣ୍ଡର ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨୭ ହଜାରରୁ ଅଧିକ ଭିଡିଓଟିକୁ ଲାଇକ୍ କରିଛନ୍ତି । ଭିଡିଓଟିକୁ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି- ‘ବିଶ୍ୱାସଘାତ ୱାଲା ଲୁକ’ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି- ‘ଉସକୀ ଉଦାସ ଆଖେଁ ସବକୁଛ ବୟାଁ କର ରହି ହୈ ।’

Get real time updates directly on you device, subscribe now.