fbpx

ସରକାରୀ ହସ୍ପିଟାଲରେ ପଜିଟିଭ୍, ପ୍ରାଇଭେଟରେ ନେଗେଟିଭ୍, କେଉଁଟା ଠିକ୍? କରୋନାର ଭୁଲ୍ ରିପୋର୍ଟ ଯୋଗୁଁ ପେଶି ହେଉଛନ୍ତି ଜନସାଧାରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ କଟକଣା ଜାରି ରହିଛି । ତେବେ କିଛିଦିନର କଟକଣା ପରେ ଏବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ କରୋନା ରୋଗୀଙ୍କ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଅନେକ ପ୍ରଶାସନିକ ଦୋଷତ୍ରୁଟି ପାଇଁ ଜନସାଧାରଣ ବଳି ପଡ଼ୁଥିବା ଦେଖାଯାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ରିପୋର୍ଟ ସମସ୍ୟା ।

ସରକାରୀ ହସ୍ପିଟାଲରେ ଟେଷ୍ଟ କଲେ ଆସୁଛି ପଜିଟିଭ୍, ଘରୋଇ ହସ୍ପିଟାଲରେ ଟେଷ୍ଟ କଲେ ଆସୁଛି ନେଗେଟିଭ୍ । କରୋନା ଆରମ୍ଭରୁ ଏହି ସମସ୍ୟା ଆଜି ପର୍ଯ୍ୟନ୍ତ ଚାଲି ଆସିଛି । ଲୋକମାନେ ହସ୍ପିଟାଲର ଭୁଲ ପାଇଁ ଅନେକ ମାତ୍ରାରେ ମାନସିକ ଭାବେ ଦୁର୍ବଳ ହେଉଛନ୍ତି । ମାତ୍ର ଏକଥା ବୁଝିବ କିଏ? କେବେ ନିଆଯିବ ସେଇ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ? ଅନେକ ଲୋକ ରିପୋର୍ଟ ଆସିବା ପରେ ନିଜର ଅସନ୍ତୋଷ ଖୋଲାଖୋଲି ମିଡ଼ିଆରେ ପ୍ରକାଶ କରୁଥିବାର ଦେଖାଯାଉଛି । କିଛି ଲୋକଙ୍କ ଶବ କୋଭିଡ୍ ସେଣ୍ଟରରୁ ଗାଏବ୍ ହୋଇଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାର କେବଳ କଟକଣା ଜାରି କରିଦେଲେ ହେବ ନାହିଁ । କରୋନା ନେଇ ଚାଲିଥିବା ସମସ୍ତ ପ୍ରକ୍ରିୟାର ସୁପରିଚାଳନା କରିବା ନିହାତି ଦରକାର । ଏପରି ମନେହେଉଛି ସତେ ଯେପରି କିଛି ସରକାରୀ କର୍ମଚାରୀ କରୋନାକୁ ନେଇ ଏକ ବିରାଟ ଯଡ଼ଯନ୍ତ୍ରରେ ଲିପ୍ତ ରହିଛନ୍ତି । ଏହି ଅନୁମାନ ଠିକ୍ ନା ଭୁଲ୍ ତାହା ଆଗାମୀ ସମୟ ହିଁ କହିପାରିବ ।

Get real time updates directly on you device, subscribe now.