fbpx

ମାଇଗ୍ରେନରେ ପୀଡିତ ଲୋକମାନେ ଏପରି ଖାଦ୍ୟ ଓ ପାନୀୟଠାରୁ ଦୂରେଇ ଯାଅ, ନଚେତ୍

ମାଇଗ୍ରେନ୍ ଏପରି ଏକ ସମସ୍ୟା, ଯେଉଁଥିରେ ଅନେକ ଲୋକ ଶିକାର ହେଉଛନ୍ତି । ମାଇଗ୍ରେନ୍ ଅସହ୍ୟ, ଯାହାକୁ ସାମ୍ନା କରିବା ଅତ୍ୟନ୍ତ କଷ୍ଟକର । ଅତ୍ୟଧିକ ଚାପ, ନିଦର ଅଭାବ କିମ୍ବା ଚିନ୍ତା ଯୋଗୁଁ ମାଇଗ୍ରେନ୍ ମଧ୍ୟ ହୋଇପାରେ । ଫଳରେ ଲୋକଙ୍କ ଜ୍ୱର, ବାନ୍ତି ଓ ଶରୀରରେ ଯନ୍ତ୍ରଣା ଆରମ୍ଭ ହୁଏ । ଅଧିକାଂଶ ମାଇଗ୍ରେନ୍ ସ୍ନାୟୁ, ମାଂସପେଶୀ ଏବଂ ବ୍ଲଡ ପ୍ରେସରକୁ ପ୍ରଭାବିତ କରିଥାଏ । ବେଳେବେଳେ ଆଲର୍ଜି ଏବଂ ସଂକ୍ରମଣ ମଧ୍ୟ ମାଇଗ୍ରେନ ସମସ୍ୟା ସୃଷ୍ଟି କରିଥାଏ । ଏପରି କିଛି ଖାଦ୍ୟ ଅଛି ଯେଉଁଥିରେ ଥିବା ଭିଟାମିନ୍ ଆପଣଙ୍କ ମସ୍ତିଷ୍କରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ମାଇଗ୍ରେନ ସମସ୍ୟାରୁ ମୁକ୍ତି ଦେଇଥାଏ । କିନ୍ତୁ ଏପରି ବି କିଛି ଖାଦ୍ୟ ରହିଛି, ଯେଉଁଥିରେ ଥିବା ପୋଷଣ ଆପଣଙ୍କ ମାଇଗ୍ରେନକୁ ବଢ଼ାଇଦେଇଥାଏ । ଆସନ୍ତୁ ଜାଣିବା ସେଗୁଡିକ କ’ଣ….

– ଚକୋଲେଟ୍
– ମଦ୍ୟପାନ
– ଲୁଣିଆ ଖାଦ୍ୟ
– କଫି
ଏହି ଖାଦ୍ୟ ଓ ପାନୀୟଠାରୁ ଦୂରେଇ ରହିବା ଦ୍ୱାରା ମାଇଗ୍ରେନ୍ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ବି ମାଇଗ୍ରେନର ସମସ୍ୟାରେ ପୀଡିତ ଅଛନ୍ତି, ତେବେ ଏହି ଖାଦ୍ୟ ଓ ପାନୀୟଠାରୁ ଦୂରେଇ ରୁହନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିବ ।

Get real time updates directly on you device, subscribe now.