fbpx

ଟିକାକରଣ ଟିମକୁ ଦେଖି କବାଟ ବନ୍ଦ କଲେ ଲୋକ; ଏହି ପଦକ୍ଷେପ ନେବ ସ୍ୱାସ୍ଥ୍ୟ ବିଭାଗ

କରୋନା ମହାମାରୀ ସହ ଲଢି଼ବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଦେଶରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ପ୍ରୟାସ ଜାରି ରହିଛି । କିନ୍ତୁ ଏବେବି ଏମିତି କିଛି ଅଞ୍ଚଳ ରହିଛି ଯେଉଁଠାରେ ଲୋକମାନେ ଭାକ୍ସିନ ନେବାକୁ ଅନିଚ୍ଛା ପ୍ରକଟ କରୁଛନ୍ତି ।

ଏଭଳି ଏକ ମାମଲା ଦେଖିବାକୁ ମିଳିଛି କର୍ଣ୍ଣାଟକର ୟାଦଗିର ଜିଲ୍ଲାରେ ଯେଉଁଠାରେ ଲୋକମାନେ ଟିକା ନେବାକୁ ମନା କରୁଛନ୍ତି । ଜିଲ୍ଲାର କଞ୍ଚାଗଢ଼ହଲୀ ଗ୍ରାମରେ ଯେତେବେଳେ ସ୍ୱସ୍ଥ୍ୟକର୍ମୀମାନେ ଟିକାକରଣ ପାଇଁ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଦେଖି ଗ୍ରାମବାସୀମାନେ ଘରେ ଲୁଚିବା ସହ କବାଟ ବନ୍ଦ କରିଦେଇଥିଲେ । ଏହା ସହ କେତେକ ଲୋକ କହିଥିଲେ ସେମାନେ ଏବଂ ସେମାନଙ୍କ ପରିବାର ସଦସ୍ୟ ସମସ୍ତେ ସୁସ୍ଥ ଅଛନ୍ତି ତେଣୁ ତାଙ୍କୁ ଟିକାର ଆବଶ୍ୟକ ନାହିଁ । ତେଣୁ ଲୋକଙ୍କୁ ଟିକା ଦେବାପାଇଁ ଅଧିକାରୀମାନେ ଅନ୍ୟ ଉପାୟ ଆପଣାଇଥିଲେ ।

ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଇନ୍ଦୁମତୀ ପାଟିଲ୍ କହିଛନ୍ତି ଯେ ଗାଁର ଲୋକଙ୍କର ଭ୍ରାନ୍ତ ଧାରଣା ରହିଛି ଭାକ୍ସିନ ନେବା ପରେ ଅସୁସ୍ଥ ସେମାନେ ଅସୁସ୍ଥ ହୋଇଯିବେ । ତେଣୁ ସୋମନେ ଭାକ୍ସିନ ନେବା ପରିବର୍ତ୍ତେ ଘରର କବାଟ ବନ୍ଦ କରିଦେଉଛନ୍ତି । ତେଣୁ ଆମେ ଏକ ନୂଆ ଉପାୟରେ ଟିକାକରଣ କରିବାକୁ ନିଷ୍ପତି ନେଇଛୁ । ସେ କହିଛନ୍ତି ମନରେଗା ଅନ୍ତର୍ଗତ ପଞ୍ଜୀକୃତ ଲୋକଙ୍କର ତଥ୍ୟ ସଂଗ୍ରହ କରାଯାଇଛି ଏବଂ ସେମାନଙ୍କୁ କ୍ଷେତ କିମ୍ବା ଅନ୍ୟକାର୍ଯ୍ୟ ସ୍ଥଳକୁ ଯାଇ ଟିକା ଦିଆଯିବ । ଏଥିପାଇଁ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଅନୁଯାୟୀ କାମ କରିଥିବା ଅଭିଜ୍ଞ ଟିକାକରଣ ଦଳର ସହାୟତାରେ ସେମାନଙ୍କ ପାଖକୁ ଯାଇ ଟିକା ଦିଆଯିବ ।

Get real time updates directly on you device, subscribe now.