fbpx

(ଭିଡିଓ) ଚାକିରି ଯାଉ ପଛେ ନିଶ ନଯାଉ: ନିଶ ପାଇଁ ପୋଲିସ୍ ଚାକିରି ହରାଇଲେ ବ୍ୟକ୍ତି…

ସରକାରୀ ଚାକିରି କରିବା ପାଇଁ କାହାର ଇଚ୍ଛା ନଥାଏ । ଆଉ ସରକାରୀ ଚାକିରି କରିବାରେ ନିୟମ ମଧ୍ୟ ଥାଏ । କିନ୍ତୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ନିଶ କାଟିବା ନିୟମକୁ ନମାନି ଚାକିରି ହରାଇଛନ୍ତି ଜଣେ ବ୍ୟକ୍ତି । ନିଶ ପାଇଁ ଗଲା ପୋଲିସ ଚାକିରି, ଚାକିରି କଲେ କିଛି ପୋଷାକ ଏବଂ କ୍ଲିନ୍ ସେଭ ହୋଇ କାର୍ଯ୍ୟ କରିବାର ନିୟମ ଥାଏ । ସରକାରୀ ଚାକିରି ପାଇଁ ନିଶ ହୁଏତ କିଏ କାଟିଦେଇପାରେ, କିନ୍ତ ଏହି ବ୍ୟକ୍ତି ନିଶ ରଖିବା ଜିଦ୍ କାରଣରୁ ଚାକିରି ହରେଇବସିଲେ । ନିଶ ରଖିବା ହୁଏତ କାହାକୁ ପସନ୍ଦ ଆସୁଥିବ କିମ୍ବା ପସନ୍ଦ ନ ଆସୁଥିବ । କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ନିଜ ନିଶ ପାଇଁ ଚାକିରି ହରାଇଛନ୍ତି । ଡିପାର୍ଟମେଣ୍ଟ କହିଲା ନିଶ କାଢିଦିଅ । ବାବୁ ଜଣଙ୍କ ସିଧା ସିଧା ମନା କରିଦେଲେ ଆଉ ପୋଲିସ ଚାକିରି ହାତରୁ ଗଲା ।

ମଧ୍ୟ ପ୍ରଦେଶର ଏ ହେଉଛନ୍ତି ରାକେଶ ରାଣା । ଯିଏକି  ମଧ୍ୟପ୍ରଦେଶ ପୋଲିସରେ ଜଣେ କନଷ୍ଟେବଲ ଥିଲେ । ତାଙ୍କୁ ଉପରୁ ଅର୍ଡର ଆସିଲା ନିଶ କାଟିଦେବାକୁ । ଆଉ କିନ୍ତୁ ସେ ସେହି ନିୟମକୁ ଫଲୋ କଲେ ନାହିଁ । ଆଉ ତାଙ୍କୁ ଚାକିରିରୁ କାଢିଦିଆଗଲା । ମାନେ ସସପେଣ୍ଡ ଅଡ଼ରରେ ଉଲ୍ଲେଖ ରହିଥିଲା ସସପେଣ୍ଡ ୱିଥ ଇମିଡ଼ିଏଟ ଇଫେକ୍ଟ । ଅର୍ଡରରେ ଏହାବି ଉଲ୍ଲେଖ ରହିଥିଲା ଯେ ରାଣା ବାବୁଙ୍କର ନିଶ ଯୋଗୁଁ ଅନ୍ୟ ପୋଲିସଙ୍କ ଉପରେ ନେଗେଟିଭ ପ୍ରଭାବ ପଡ଼ୁଛି । ଏପଟେ ରାଣା ବାବୁ କହିଛନ୍ତି । ମୁଁ ରାଜପୁତ ବଶଂର ମୋ ନିଶ ମୋ ସ୍ୱାଭିମାନ ସମ୍ମାନ ସେ ଏଥିପାଇଁ ନିଶ କାଟିବାକୁ ମନା କରିଲି । ଚାକିରି ସିନା ଚାଲିଗଲା କିନ୍ତୁ ନିିଶ କାଟିଲେନି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.