fbpx

ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତି

ଜଣେ ବ୍ୟକ୍ତିଙ୍କ ନାମର ପ୍ରଭାବ ତାଙ୍କ ଜୀବନରେ ଦେଖାଯାଏ । ସେଥିପାଇଁ ପିଲାମାନଙ୍କର ନାମ ରଖିବା ସମୟରେ ଧ୍ୟାନ ଦେବା ଆବଶ୍ୟକ । ନାମଶାସ୍ତ୍ର ଅନୁଯାୟୀ,ନାମହିଁ ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ନିର୍ଣ୍ଣୟ କରେ । ଆଜି ଆମେ ଏପରି ଲୋକମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ରାଜାଙ୍କ ପରି ଜୀବନଯାପନ କରନ୍ତି । ଏଭଳି ଅକ୍ଷର ଥିବା ଲୋକମାନେ ବିଳାସପୂର୍ଣ୍ଣ ଜୀବନକୁ ଭଲ ପାଆନ୍ତି ।

A ବା ଅ- ଯେଉଁ ବ୍ୟକ୍ତିଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ଜୀବନରେ କିଛି ଅଭାବ କରନ୍ତି ନାହିଁ । ଏହି ଲୋକମାନେ ବିଳାସପୂର୍ଣ୍ଣ ଜିନିଷକୁ ଭଲ ପାଆନ୍ତି । ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । କଠିନ ପରିଶ୍ରମ କରି, ସେମାନେ ସେମାନଙ୍କର ଅଭିଳାଷକୁ ପୂରଣ କରିଥାନ୍ତି । ଏହି ଲୋକମାନେ ସଚ୍ଚୋଟ ହୋଇଥାନ୍ତି ।

K ବା କ- କ ରୁ ଆରମ୍ଭ ହୋଇଥିବା ନାମର ବ୍ୟକ୍ତିମାନେ ଖୁବ୍ ସରଳ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ଖୁବ୍ ମେଳାପୀ ସ୍ୱଭାବର ହୋଇଥାନ୍ତି ଏବଂ ଅନ୍ୟମାନଙ୍କ ସହ ହସଖୁସିରେ କଥା ହୋଇଥାନ୍ତି । ଏମାନଙ୍କ ଉପରେ ମା ଲକ୍ଷ୍ମୀ ଏବଂ କୁବେରଙ୍କର ବିଶେଷ ଅନୁଗ୍ରହ ରହିଥାଏ । ଏମାନେ ଦାମୀ ଜିନିଷକୁ ଭଲପାଇଥାନ୍ତି ଏବଂ କଠିନ ପରିଶ୍ରମ ବଳରେ ନିଜର ସ୍ୱପ୍ନ ପୂରଣ କରିଥାନ୍ତି ।

P ବା ପ- ନାମ ଶାସ୍ତ୍ରୀଙ୍କ ଅନୁଯାୟୀ, ପ ଏବଂ ଫ ନାମରୁ ଆରମ୍ଭ ହୋଇଥିବା ଲୋକଙ୍କ ପ୍ରକୃତି ସାଂସ୍କୃତିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ । ସେମାନେ ପରିଶ୍ରମୀ ଏବଂ କଠିନ ପରିଶ୍ରମ କରି ସବୁକିଛି ହାସଲ କରନ୍ତି । ଏମାନେ ରାଜା ଭଳି ବଞ୍ଚିବାକୁ ପସନ୍ଦ କରିଥାନ୍ତି । ସମସ୍ତଙ୍କର ଭାବନାକୁ ସମ୍ମାନ ଦେଇଥାନ୍ତି ।

S ବା ସ- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଲୋକମାନେ କୌଣସି କାର୍ଯ୍ୟରେ ହାର ମାନନ୍ତି ନାହିଁ । କୌଣସି କାମ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେମାନଙ୍କର ଏହି ଗୁଣ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଦେଇଥାଏ ।

Get real time updates directly on you device, subscribe now.