fbpx

ପେଟାନାଳ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ବିଳମ୍ବ ହେଉଥିବା ଅଭିଯୋଗ

କଟକ(ଓଡ଼ିଶା ଭାସ୍କର): ବର୍ଷା ଦିନ ଆସିଲେ ସିଲଭର ସିଟି କଟକବାସୀ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ସହରରେ ଲାଗି ରହିଥିବା ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଅନ୍ୟପଟରେ ଆଜି ନାଳ ପାଣିରେ ପଶି କଟକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ପ୍ରତିବାଦ କରିଛନ୍ତି। ପେଟା ନାଳର ପୁନରୁଦ୍ଧାର ନ ହେଲେ ଆଗାମୀ ଦିନରେ ପ୍ରତିବାଦ ସହ ମହାନଗର ନିଗମ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ବିଧାୟକ। ଏଥି ସହ ଆଗକୁ ଏହି ପ୍ରସଙ୍ଗ ସେ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି।

ତେବେ ଜାଣିଶୁଣି ପେଟାନାଳ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ବିଳମ୍ବ କରାଯାଉଥିବା ମୋକିମ୍ କହିଛନ୍ତି । ଆଜି ଜନ ସମ୍ପର୍କ ଯାତ୍ରା କରି ଏହାରି ବିରୋଧରେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । ଏହି ପଦଯାତ୍ରାରେ ମୋକିମ୍‌ଙ୍କ ସହ ତାଙ୍କର ଶହଶହ ସମର୍ଥକ ସାମିଲ ହୋଇଥିଲେ ।

Get real time updates directly on you device, subscribe now.