fbpx

୧୦୦ ଟପିଲା ପେଟ୍ରୋଲ: ମହାରାଷ୍ଟ୍ରରେ ରେକର୍ଡ ବୃଦ୍ଧି

ମୁମ୍ବାଇ, ୧୦ା୫: ପୁଣି ତୈଳ ଦର ବୃଦ୍ଧି ହେବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟପଟେ ମହଙ୍ଗା ଦାଉ ସାଧୁଛି । ମହାରାଷ୍ଟ୍ରରେ ଆଜି ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପି ଯାଇଛି । ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଲ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇଥିବା ଖୁଚୁରା ବ୍ୟବସାୟୀଙ୍କ ବିଜ୍ଞପ୍ତିରୁ ଜଣାପଡ଼ିଛି । ଚଳିତ ମାସ ୪ ତାରିଖ ପରେ ଆଜି ପଞ୍ଚମ ଥର ପାଇଁ ତୈଳ ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି ।

ଗୋଟିଏ ସପ୍ତାହ ମଧ୍ୟରେ ୫ମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଫଳରେ ଦେଶରେ ଆଜି ତୈଳ ଦର ବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି । ମହାରାଷ୍ଟ୍ର ପରି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ପେଟ୍ରୋଲ ଦର ୧୦୦ ପାଖାପାଖି ଛୁଇଁଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୯୧.୫୩ ଟଙ୍କା ଓ ଡିଜେଲ ଲିଟର ୮୨.୦୬ ଟଙ୍କା ରହିଛି । ପେଟ୍ରୋଲ ଲିଟର ମହାରାଷ୍ଟ୍ରର ପରଭାନିରେ ୧୦୦.୨ ଟଙ୍କା, ମଧ୍ୟପ୍ରଦେଶର ଭୋପାଳରେ ୯୯.୫୫ ଟଙ୍କା ଓ ଅନୁପୁରରେ ୧୦୨.୧୨ ଟଙ୍କା, ରାଜସ୍ଥାନର ଶ୍ରୀ ଗଙ୍ଗନଗରରେ ୧୦୨.୪୨ ଟଙ୍କା ଟଙ୍କା ରହିଥିବା ଜଣାପଡ଼ିଛି । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ତୈଳ ଦର ୧୦୦ ମାଇଲଖୁଣ୍ଟକୁ ଅତିକ୍ରମ କରିଛି । ଗତ ଫେୃବଆରୀ ମାସରେ ପ୍ରଥମ ଥର ଏହା ୧୦୦ ଟପିଥିଲା । ବିଭିନ୍ନ ରାଜ୍ୟର ଭୋଟ ସମାପ୍ତ ହେବା ମାତ୍ରେ ତୈଳ କମ୍ପାନୀମାନେ ତୈଳ ଦର ବୃଦ୍ଧି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.