fbpx

ଭାରତରେ ପେଟ୍ରୋଲ ଲିଟର ୩୮୫ ଟଙ୍କାରେ ବିକ୍ରି ହେବ: ଏହା କ’ଣ ସତ ହେବ, ଜାଣନ୍ତୁ ମାର୍କେଟ କଣ୍ଡିସନଙ୍କୁ ନେଇ କ’ଣ ରହିଛି ଏକ୍ସପର୍ଟଙ୍କ ମତ

ନୂଆଦିଲ୍ଲୀ: ଅଶୋଧିତ ତୈଳକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଆଗାମୀ ଦିନରେ କ୍ରୁଡ ଅଏଲର ମୂଲ୍ୟ ବ୍ୟାରେଲ ପିଛା ୩୮୦ ଡଲାର ଛୁଇଁପାରେ । ତେବେ ଏଭଳି ସ୍ଥିତିରେ ଭାରତବର୍ଷରେ ପେଟ୍ରୋଲ ଲିଟର ୩୦୦ ଟଙ୍କା ଟପିବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ଦେଶରେ ପେଟ୍ରୋଲ ଲିଟର ୧୦୦ରୁ ୧୧୦ ମଧ୍ୟରେ ରହିଥିବା ବେଳେ ଡିଜେଲ ଲିଟର ୧୦୦ ଟଙ୍କାରେ ବିକ୍ରି ହେଉଛି ।

ତେବେ ଆପଣମାନେ ଥରେ ଭାବନ୍ତୁ, ଯଦି ଏହି ରିପୋର୍ଟର ଆକଳନ ସତ୍ୟ ହୁଏ, ତେବେ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ କିପରି ରହିବ । ସାଧାରଣ ଭାବେ ଦେଶରେ ତୈଳ ଦର କ୍ରୁଡ ଅଏଲର ରେଟ୍ ଅନୁଯାୟୀ ସ୍ଥିର କରାଯାଇଥାଏ । ନିକଟରେ ଆସିଥିବା ଏକ ରିପୋର୍ଟରେ କ୍ରୁଡ ଅଏଲ ଦର ବ୍ୟାରେଲ ପିଛା ୩୮୦ ଡଲାରରେ ପହଞ୍ଚିବ ବୋଲି କୁହାଯାଇଛି ।

ତେବେ ଏହି ରିପୋର୍ଟ ପଢ଼ିବା ପରେ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏନେଇ ଜେପି ମୋର୍ଗାନ ଚେସ ଆଣ୍ଡ କମ୍ପାନୀର ବିଶ୍ଲେଷକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ଆମେରିକା ଓ ୟୁରୋପୀ ରାଷ୍ଟ୍ରମାନେ ରୁଷ ଉପରେ କଟକଣା ଜାରି କରନ୍ତି, ତେବେ ରୁଷ କ୍ରୁଡ ଅଏଲର ଉତ୍ପାଦନ ୫ ମିଲିୟନ ବ୍ୟାରେଲ ହ୍ରାସ କରିପାରେ । ଏହି କାରଣରୁ ସାରା ଦୁନିଆରେ କ୍ରୁଡ ଅଏଲର ମୂଲ୍ୟ ବ୍ୟାରେଲ ପିଛା ୩୮୦ ଡଲାର ପାଖାପାଖି ପହଞ୍ଚିଯିବ ।

ଏକ୍ସପର୍ଟଙ୍କ ମୁତାବକ, ରୁଷ ଯଦି ଦୈନିକ ତିନି ମିଲିୟନ ବ୍ୟାରେଲ ଉତ୍ପାଦନ ହ୍ରାସ କରେ, ତେବେ କ୍ରୁଡ ଅଏଲର ମୂଲ୍ୟ ୧୯୦ ଡଲାରକୁ ଖସି ଆସିବ । ଯଦି ଏହି ହ୍ରାସ ୫ ମିଲିୟନ ହେବ, ତେବେ କ୍ରୁଡ ଅଏଲର ମୂଲ୍ୟ ୩୮୦ ଡଲାରେ ପହଞ୍ଚଯିବ । ଯେତେବେଳେ ସାରା ଦୁନିଆରେ କ୍ରୁଡ ଅଏଲର ମୂଲ୍ୟ ବ୍ୟାରେଲ ପ୍ରତି ୩୮୦ ଡଲାରରେ ପହଞ୍ଚିବ, ସେତେବେଳେ ଭାରତରେ ପେଟ୍ରୋଲ ଲିଟର ୩୮୦ ଟଙ୍କାରେ ବିକ୍ରି ହେବ ।

Get real time updates directly on you device, subscribe now.