fbpx

ବଦଳିଲା ପିଏଫ ଖାତାର ନିୟମ! ୫ବର୍ଷ ପୂର୍ବରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଏତିକି ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡ଼େଣ୍ଟ ଫଣ୍ଡ ସହ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରିଛନ୍ତି । ଇପିଏଫଓ ସବସ୍କ୍ରାଇବର ମାନେ ଖାତା ଖୋଲିବାର ୫ବର୍ଷ ପୂର୍ବରୁ ଯଦି ଆକାଉଣ୍ଟରୁ ଟଙ୍କା ଉଠାନ୍ତି ତେବେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ପାଞ୍ଚବର୍ଷ ପରେ ଯଦି ପ୍ରତ୍ୟାହାର କରାଯାଏ ତେବେ ଟିଡିଏସ କଟିବ ନାହିଁ । ପାଞ୍ଚବର୍ଷ ପୂର୍ବରୁ କଢାଯାଉଥିବା ସଂପୂର୍ଣ୍ଣ ରାଶି ଉପରେ ଟିଡିଏସ କଟିବ । କେବଳ ଏତିକି ନୁହେଁ, ବର୍ଷକୁ ୨.୫୦ ଲକ୍ଷରୁ ଅଧିକ ମୂଲ୍ୟର ପିଏଫ ଅବଦାନ ଟ୍ୟାକ୍ସ ଜାଲରେ ଆସିବ ।

୨୦୨୩ ବର୍ଷର ୧ ଏପ୍ରିଲ ପରେ ଯଦି ଆପଣ ଖାତାରୁ ଟଙ୍କା ଉଠାଉଛନ୍ତି ତେବେ ତାହା ୩୦ ପ୍ରତିଶତ ଜାଗାରେ ଆପଣଙ୍କୁ ୨୦ ପ୍ରତିଶତ ଟିଡ଼ିଏସ ଦେବାକୁ ପଡ଼ିବ । ଆପଣଙ୍କ ଖାତା ପ୍ୟାନକାର୍ଡ ସହ ଲିଙ୍କ ହେଉ କି ନହେଉ ଯଦି ଆପଣ ୧ ଏପ୍ରିଲ ପୂର୍ବରୁ ଟଙ୍କା ଉଠାଇବେ ତେବେ ଆପଣଙ୍କୁ ପୂର୍ବ ପ୍ରତିଶତ ହିସାବରେ ଟ୍ୟାକ୍ସ ଦେବାକୁ ହେବ । ତେବେ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଥିଲେ ଯେ, ଟିଡିଏସ ପାଇଁ ୧୦ହଜାର ଟଙ୍କାର ଲିମିଟ୍ କୁ ମଧ୍ୟ ହଟାଇ ଦିଆଯାଇଛି ।

ସୂଚନା ମୁତାବକ, କର ବିଶେଷଜ୍ଞଙ୍କ କହିବା କଥା ହେଲା ଯଦି ଆପଣଙ୍କ ଆଧାର ଏବଂ ପ୍ୟାନ କାର୍ଡ ଲିଙ୍କ ହୋଇନି ତେବେ ଖାତା ଖୋଲିବାର ୫ବର୍ଷ ପୂର୍ବରୁ ପ୍ରତ୍ୟାହର ପାଇଁ କର ଦେବାକୁ ପଡ଼ିବ । ଅନ୍ୟପଟେ ଯଦି ଆପଣଙ୍କ ପ୍ୟାନ ଏବଂ ଆଧାରକାର୍ଡ ଲିଙ୍କ ହୋଇଛି ତେବେ ଆପଣଙ୍କୁ କୌଣସି ଟିଡିଏସ ଦେବାକୁ ପଡ଼ିବ ନାହିଁ । ପିଏଫରୁ ପ୍ରତ୍ୟାହାର କରାଯାଉଥିବା ପରିମାଣ ସେହି ବର୍ଷ ଆକାଉଣ୍ଟଧାରୀଙ୍କ ମୋଟ ଟିକସ ଯୋଗ୍ୟ ଆୟରେ ଯୋଗ କରାଯିବ ଏବଂ ସେଥିରେ ପିଏଫ ଖାତାଧାରକଙ୍କ ଆୟକର ସ୍ଲାବ ଅନୁସାରେ କର ଦେବାକୁ ପଡ଼ିବ ।

Get real time updates directly on you device, subscribe now.