fbpx

ପତ୍ନୀର ଗୋଟିଏ ଫୋନ୍ କଲ୍ ଯୋଗୁଁ ସଙ୍କଟରୁ ବର୍ତ୍ତିଲେ ସ୍ୱାମୀ, ନଚେତ୍ ଆଜି ଆଫଗାନିସ୍ତାନରୁ ସାହାଯ୍ୟ ଭିକ୍ଷା କରୁଥାନ୍ତେ; ପଢ଼ନ୍ତୁ ପୂରା ଖବର

ଡେରାଡୁନ୍: ଭାରତ ସରକାର ଏପର୍ଯ୍ୟନ୍ତ ଆଫଗାନିସ୍ତାନରୁ ୩୦୦ରୁ ଅଧିକ ନାଗରିକଙ୍କୁ ଏୟାରଲିଫ୍ଟ କରି ଫେରାଇ ଆଣିଛନ୍ତି । ଏହା ଭିତରେ ଡେରାଡୁନ୍ ର ୪୯ ବର୍ଷିୟ ସଂଜୟ ଗୁରୁଙ୍ଗ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବତନ ଯବାନ ଗୁରୁଙ୍ଗ ଜୁଲାଇ ୧୫ ତାରିଖରେ ଦିଲ୍ଲୀରୁ କାବୁଲ ଯିବା ପାଇଁ ବାହାରି ସାରିଥିଲେ । ହେଲେ ଠିକ୍ ସେହି ସମୟରେ ତାଙ୍କ ପତ୍ନୀଙ୍କ ଫୋନ୍ କଲ୍ ଆସିଥିଲା । ସେ ସେହି ସମୟରେ ଟ୍ୟାକ୍ସିରେ ଯାଉଥିଲେ । ଫୋନ୍ କଲ୍ ରେ ପତ୍ନୀ କାବୁଲ ଯିବାକୁ ବାରଣ କରିଥିଲେ ଏବଂ ବହୂତ ଅନୁରୋଧ କରିଥିଲେ ।

କାବୁଲର ଏକ ଘରୋଇ ସୁରକ୍ଷା ଏଜେନ୍ସିରେ ଯୋଗଦେବାକୁ ଯାଉଥିବା ଗୁରୁଙ୍ଗ କହିଛନ୍ତି, “ମୁଁ ବର୍ତ୍ତମାନ ଆଫଗାନିସ୍ତାନରେ ଯାହା ଦେଖୁଛି ତାହା ଅନୁସରଣ କରି ମୁଁ ଭାବୁଛି ଯେ ଭଗବାନ ହିଁ ଥିଲେ ଯିଏ ମୋତେ ବିମାନବନ୍ଦରରେ ପ୍ରବେଶ କରିବା ପୂର୍ବରୁ ଶେଷ ମୁହୂର୍ତ୍ତରେ ପତ୍ନୀଙ୍କ ଫୋନ୍ କଲ୍ ଜରିଆରେ ରୋକି ଦେଇଥିଲେ । ଏଥିପାଇଁ ମୁଁ ଭଗବାନଙ୍କୁ ଯଥେଷ୍ଟ ଧନ୍ୟବାଦ ମଧ୍ୟ ଦେଇ ପାରିବି ନାହିଁ। ”

ଗୁରୁଙ୍ଗ କହିଛନ୍ତି ଯେ, ସେଏକା ନୂହେଁ ବରଂ ସେମାନେ ଟିମ୍ ହୋଇ କାବୁଲ ପାଇଁ ବାହାରିଥିଲେ । ତାଙ୍କ ପୂର୍ବରୁ ୧୧ ଜଣ ଆଗୁଆ କାବୁଲକୁ ପାଇଁ ବାହାରିସାରିଥିଲେ । ୧୫ ଜୁଲାଇ ଦିନ ତାଙ୍କର ଫ୍ଲାଇଟ୍ ଟିକେଟ୍ ବୁକ୍ ହୋଇଥିଲା । ହେଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପତ୍ନୀ ଆଫଗାନିସ୍ତାନରେ ଜାୀି ରହିଥିବା ପରିସ୍ଥିତି ସମ୍ପର୍କରେ କହି ନଯିବା ପାଇଁ ଅନେକ ଅନୁରୋଧ କରିଥିଲେ ଓ ଫେରି ଆସିବାକୁ କହିଥିଲେ । ଭିଡିଓ କଲ୍ ରେ ବି ଅନୁରୋଧ କରିଥିଲେ । କେବଳ ସେ ନୁହନ୍ତି ତାଙ୍କ ମାଆ ମଧ୍ୟ ନଯିବା ପାଇଁ କହିଥିଲେ । ପ୍ରଥମେ ସେ ଏଥିରେ ଅମଙ୍ଗ ହୋଇଥିଲେ । କିନ୍ତୁ ପରେ ନଯିବା ପାଇଁ ନିଷ୍ପତି ନେଇଥିଲେ ।

ଏହାର କିଛି ଦିନ ପରେ ଆଫଗାନିସ୍ତାନର ପରିସ୍ଥିତି ଏକଦମ୍ ବିଗିଡି ଯାଇଥିଲା । ତାଙ୍କ ପରି ଲୋକମାନେ ଭାରତ ଫେରିବାକୁ ଗୁହାରି କରୁଥିବା ସେ ଦେଖିବାକୁ ପାଇଥିଲେ । ତେଣୁ ସେ ଭଗବାନଙ୍କୁ ଏଥିପାଇଁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.