fbpx

ବଡ଼ ଡିଲ୍ କରିବାକୁ ଯାଉଛି ଫୋନ୍‌ପେ, ଏହି କମ୍ପାନୀକୁ ୩୦୦ ମିଲିୟନ୍ ଡଲାରରେ କିଣିବ!

ମୁମ୍ବାଇ: ବହୁ ପ୍ରଚଳିତ ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନ୍‌ପେ ଏକ ବଡ଼ ଡିଲ୍ କରିବାକୁ ଯାଉଛି । ସୂଚନା ଅନୁସାେରେ ଯେଷ୍ଟମନୀକୁ ଅଧିଗ୍ରହଣ କରିବାକୁ ଯାଉଛି ଫୋନ୍‌ପେ । ଏହି ଡିଲ୍ ୨୦୦-୩୦୦ ମିଲିୟନ୍ ଡଲାରରେ ହେଉଥିବା ଆଶା କରାଯାଉଛି । ସୁତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଅଧିଗ୍ରହଣ ପ୍ରକ୍ରିୟା ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଶେଷ ହୋଇପାରେ ।

ତେବେ ଅଧିଗ୍ରହଣ କରିବା ପରେ ମଧ୍ୟ ଯେଷ୍ଟମନୀ ସ୍ୱାଧିନ ଭାବେ କାର୍ଯ୍ୟ କରିବା ଜାରୀ ରଖିବ । ୨୦୧୫ରେ ଲିଜୀ ଚେପମେନ, ପ୍ରିୟା ଶର୍ମା ଏବଂ ଆଶୀଷ ଅନନ୍ତରାମନଙ୍କ ଦ୍ୱାରା ସ୍ଥାପନା କରାଯାଇଥିଲା । କମ୍ପାନୀର ଦେଶରେ ୧୭ ମିଲିୟନ୍‌ରୁ ଅଧିକ ରେଜିଷ୍ଟର ୟୁଜର ରହିଛନ୍ତି । ଏହା ସହିତ ୧୦ ହଜାରରୁ ଅଧିକ ଅନଲାଇନ୍ ପାର୍ଟନରଙ୍କ ସହିତ ବ୍ୟବସାୟୀମାନଙ୍କର ବଡ଼ ନେଟବାର୍କ ରହିଛି । ଏଥିରେ ଆମାଜନ୍‌, ଫ୍ଲିପକାର୍ଟ, ମେକମାଇଁଟ୍ରିପ୍ ଏବଂ ନାଇକା ସାମିଲ ଅଛନ୍ତି । ସେହିପରି ଯେଷ୍ଟମନୀ ଗୋଟିଏ ମାସରେ ପ୍ରାୟ ୪୦୦ କୋଟି ଟଙ୍କାର ଲୋନ୍ ଦେଇଥାଏ ।

ଅନ୍ୟପଟେ ଫୋନ୍‌ପେର ୪୧.୫ କୋଟିରୁ ଉର୍ଦ୍ଧ ରେଜିଷ୍ଟର ୟୁଜର ରହିଛନ୍ତି । ଭାରତରେ ଡିଜିଟାଲାଇଜେସନ୍ ଆରମ୍ଭ ହେବା ପରେ ଫୋନ୍‌ପେର ବ୍ୟବହାର ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଫୋନ୍‌ପେନ ଆର୍ଥିକ ବର୍ଷ ୨୧-୨୨ରେ ୧,୬୪୬ କୋଟି ଟଙ୍କାର ରାଜସ୍ୱ ଲାଭ ପାଇଥିଲ । ଯାହା ଗୋଟିଏ ବର୍ଷରେ ୧୩୮% ରାଜସ୍ୱ ବୃଦ୍ଧି ଥିଲା ।

Get real time updates directly on you device, subscribe now.