fbpx

ଭାକସିନ୍ ସାର୍ଟିଫିକେଟରୁ ହଟିବ ପିଏମ୍ ମୋଦୀଙ୍କ ଫଟୋ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିକାକରଣ ସାର୍ଟିିଫିକେଟ୍ ରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । ଯେଉଁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୨ ହେବାକୁ ଯାଉଛି ସେଠାରେ ଜାରି କରାଯାଉଥିବା ଟିକାକରଣ ସାର୍ଟିିଫିକେଟ୍ ରେ ପିଏମ୍ ମୋଦୀଙ୍କ ଫଟୋ ରହିବ ନାହିଁ । କାରଣ ଏଠାରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି । ଏନେଇ ବିଶେଷ ସୁତ୍ରରୁ ସୁଚନା ପ୍ରକାଶ ପାଇଛି ।

ସୂତ୍ରରୁ ପ୍ରକାଶ ଯେ, ଟିକା ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋ-ୱିନ୍ ପ୍ଲାଟଫର୍ମରେ ଆବଶ୍ୟକ ଫିଲ୍ଟର୍ ଲଗାଇବ । ଶନିବାର ନିର୍ବାଚନ ଆୟୋଗ ଘୋଷଣା କରିଛି ଯେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ୟ୍ୟନ୍ତ ସାତଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୧୦ ରେ ଭୋଟ୍ ଗଣତି ହେବ।

ନିର୍ବାଚନ କାର୍ୟ୍ୟସୂଚୀ ଘୋଷଣା ହେବା ସହିତ ସରକାର, ପ୍ରାର୍ଥୀ ଏବଂ ରାଜନୈତିକ ଦଳଗୁଡ଼ିକ ପାଇଁ ଆଦର୍ଶ ଆଚରଣ ସଂହିତା କାର୍ୟ୍ୟକାରୀ ହୋଇଛି । ଶନିବାର ଦିନ ନିର୍ବାଚନର ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଛନ୍ତି ଯେ, ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ ଭାବରେ କରୋନା ନିୟମ ସହିତ ହେବ ।

Get real time updates directly on you device, subscribe now.