fbpx

ଜାମିଆ ମିଲିଆ ଇସଲାମିଆରେ ଦାନିଶ ସିଦ୍ଦିକିଙ୍କ ଅନ୍ତିମ ଯାତ୍ରା

ନୂଆଦିଲ୍ଲୀ: ଆଫଗାନିସ୍ତାନର କାନ୍ଦାହାରଠାରେ ହୋଇଥିବା ସଂଘର୍ଷରେ ମୃତ୍ୟୁ ବରଣ କରିଥିବା ଭାରତୀୟ ଫଟୋ ସମ୍ବାଦିକ ଦାନିଶ ସିଦ୍ଦିକିଙ୍କ ମୃତ ଶରୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଶ୍ମସାନରେ ରଖାଯିବା ନେଇ ସୂଚନା ମିଳିଛି ।

ଯଦିଓ ଏହି ବିଶ୍ୱବିଦ୍ୟାଳୟ କେବଳ ୟୁନିଭର୍ସିଟି କର୍ମଚାରୀ ଏବଂ ତାଙ୍କର ପରିବାର ବର୍ଗଙ୍କ ପାଇଁ ହୋଇଥିଲେ ବି କୁଳପତି ଏହି ପୁରସ୍କାର ପ୍ରାପ୍ତ ସାମ୍ବାଦିକଙ୍କ ମରଶରୀରକୁ ଏଠାରେ ରଖିବା ପାଇଁ ଅନୁମତି ଦେଇଛନ୍ତି । ୟୁନିଭର୍ସିଟି ତରଫରୁ କୁହାଯାଇଛି ଦାନିଶଙ୍କ ପରିବାର ଏଥିପାଇଁ ଅନୁରୋଧ କରିଥିଲେ ଏବଂ ତାଙ୍କର ଏହି ଅନୁମତିକୁ ସ୍ୱୀକାର କରାଯାଇଛି ।

ଶୁକ୍ରବାର ଆଫଗାନ ସ୍ପେଶାଲ ଫୋର୍ସ ସହ କାନ୍ଦାହାରରେ ରିପୋର୍ଟଂ କରୁଥିବା ସମୟରେ ଆଫଗାନ ସିକ୍ୟୁରିଟି ଫୋର୍ସ ଏବଂ ତାଲିବାନ ଆତଙ୍କୀଙ୍କ ମଧ୍ୟରେ ହେଉଥିବା ସଂଘର୍ଷରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଶରୀରେ ଅନେକ ଗୁଳି ବାଜିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥଲା । ଜାମିଆ ମିଲିଆ ଇସଲାମିଆ କୁଳପତି ନଜମା ଅଖତର ଏବଂ ଅନ୍ୟ ଅଧିକାରୀ ଦନିଶଙ୍କ ପରିବାର ଲୋକଙ୍କୁ ଭେଟି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିଭଳି ଜାମିଆ ଟିଚର୍ସ ଆସୋସିଏସନ(ଜେଟିଏ) ମଧ୍ୟ ତାଙ୍କ ପରିବାରକୁ ସମବେଦନା ଜଣାଇଛି ।

Get real time updates directly on you device, subscribe now.