fbpx

ଲାଞ୍ଚ ନେଇ ଫସିଲେ ପିଆଇଏ ପ୍ରୋଜେକ୍ଟ ଆସୋସିଏଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ପିଆଇଏ ପ୍ରୋଜେକ୍ଟ ଆସୋସିଏଟ । ପ୍ରୋଜେକ୍ଟ ଆସୋସିଏଟ ନଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଧରିଛି ଭିଜିଲାନ୍ସ । ପୋଖରୀ ଖୋଳା ବିଲ୍ କରାଇଦେବା ପାଇଁ ଲାଞ୍ଚ ନେବାବେଳେ ସେ ଧରାପଡିଛନ୍ତି ।

ସେହିପରି ରାଜ୍ୟରେ ଜଣେ ସରକାରୀ ବାବୁ ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ଜଣେ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର (ସିଆରସିସି) । ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ବିଜାଘାଟି ସେକ୍ସନର ସିଆରସିସି । ଦରମା ସମ୍ପର୍କିତ ରେକର୍ଡକୁ ଅପଡେଟ୍ କରିବା ପାଇଁ ସିଆରସିସି ସମ୍ପୃକ୍ତ ସହକାରୀ ଶିକ୍ଷକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ତେବେ ଏହାପରେ ଉକ୍ତ ଶିକ୍ଷକ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ, ସିଆରସିସି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଜୟପୁର ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକରେ ଜଣେ ଡିଏସପି, ୨ ଜଣ ଇନ୍ସପେକ୍ଟର, ଜଣେ ଏଏସଆଇଙ୍କୁ ନେଇ ଏକ ୯ ଜଣିଆ ଟିମ୍ ଗଠନ କରାଯାଇଥିଲା । ସିଆରସିସିଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସହ ତାଙ୍କ ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା ।

Get real time updates directly on you device, subscribe now.