fbpx

ଓଃ କି ନିଦ! ୩୭ ହଜାର ଫୁଟ ଉପରେ ଶୋଇପଡ଼ିଲେ ପାଇଲଟ, ବିମାନକୁ ଲ୍ୟାଣ୍ଡିଂ କରିବାକୁ ହିଁ ଭୁଲିଗଲେ

ନୂଆଦିଲ୍ଲୀ: ସୁଡ଼ାନର ଖାର୍ତୁମରୁ ଇଥିଓପିଆର ରାଜଧାନୀ ଅଦୀସ ଆବାବ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇଥିଓପିଆ ଏୟାରଲାଇନ୍ସର ୨ ପାଇଲଟ ଶୋଇପଡ଼ିଥିଲେ ଓ ବିମାନକୁ ଲ୍ୟାଣ୍ଡିଂ କରିବାକୁ ଭୁଲିଗଲେ । Aviation Herald ଅନୁଯାୟୀ ଏହି ଘଟଣା ସୋମବାର ଦିନ ଘଟିଛି । ରିପୋର୍ଟରେ କୁହାଯାଇଛି ଯେ, ବିମାନଟି ଇଟି୩୪୩ ବିମାନ ବନ୍ଦର ନିକଟରେ ପହଞ୍ଚିବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଏକ ସତର୍କ ସୂଚନା ଜାରି କରିଥିଲା, କିନ୍ତୁ ବିମାନଟି ଅବତରଣ କରିବା ଆରମ୍ଭ କରିନଥିଲା ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପାଇଲଟମାନେ ବୋଇଙ୍ଗ ୭୩୭ ର ଅଟୋପାଇଏଟ ସିଷ୍ଟମ ବିମାନକୁ ୩୭,୦୦୦ ଫୁଟରେ ଉଡ଼ାଇ ରଖି ଶୋଇପଡ଼ିଥିଲେ । ବିମାନଟି ନିଜର ଆଗାମୀ ଉଡ଼ାଣ ପାଇଁ ପ୍ରସ୍ଥାନ କରିବା ପୂର୍ବରୁ ବିମାନଟି ପ୍ରାୟ ୨.୫ ଘଣ୍ଟା ଭୂମିରେ ରହିଲା ।

Aviation Herald ରିପୋର୍ଟରେ ଆହୁରି କୁହାଯାଇଛି ଯେ, ‘ଏଟିସି ପାଇଲଟଙ୍କ ସହ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସଫଳତା ମିଳିନଥିଲା । ବିମାନଟି ଯେଉଁ ରନୱେରେ ଅବତରଣ କରିବାର ଥିବା, ତାହାକୁ ଅତିକ୍ରମ କରିବା ପରେ ଅଟୋପାଇଲଟ ସହ ସଂଯୋଗ କଟିଯାଇଥିଲା । ଆଲାର୍ମ ବାଜିବା ପରେ ବିମାନର ଉଭୟ ପାଇଲଟ ଉଠିଥିଲେ । ଏହା ପରେ ସେମାନେ ୨୫ ମିନିଟ୍ ପରେ ବିମାନକୁ ରନୱେରେ ଅବତରଣ କରିବା ପାଇଁ ଏପଟ-ସେପଟ ବୁଲାଇଥିଲେ । ଭଲ କଥା ହେଉଛି କି, ଏଥିରେ କୌଣସି କ୍ଷତି ହୋଇନଥିଲା ଓ ବିମାନଟି ସୁରକ୍ଷିତ ଅବତରଣ କରିଥିଲା ।

Get real time updates directly on you device, subscribe now.