fbpx

ବଡ ଖବର: ପିପିଲି କଂଗ୍ରେସ ପ୍ରାର୍ଥୀଙ୍କୁ ହେଲା କରୋନା

ପିପିଲି,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢି ଚାଲିଥିବା ବେଳେ ପିପିଲି ଉପନିର୍ବାଚନ ବି ଏଥିରୁ ବାଦ୍ ପଡିନି । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆସିଛି ବଡ ଖବର । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜ ଆଜି କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଅଜିତ ନିଜେ ସୂଚନା ଦେଇଛନ୍ତି ।

ତେବେ ଦଳର ଭଲ ପ୍ରଦର୍ଶନ ପାଇଁ କାମ କରିବାକୁ ସେ କର୍ମୀମାନଙ୍କୁ ନିବେଦନ କରିଛନ୍ତି । ଏହା ସହ କୌଣସି ଗୁଜବ ପ୍ରଚାର ନକରିବାକୁ ଅଜିତ୍ ଅପିଲ କରିଛନ୍ତି । କିପରି ଦଳ ଭଲ ପ୍ରଦର୍ଶନ କରିବ, ସେନେଇ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । କରୋନାରୁ ସୁସ୍ଥ ହୋଇ ଶୀଘ୍ର ଫେରିବେ ବୋଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କହିଛନ୍ତି ।

Get real time updates directly on you device, subscribe now.