fbpx

ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର,କରୋନା ପରେ ପିପିଲିବାସୀଙ୍କୁ ଭେଟ କରିବାକୁ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ଆରମ୍ଭ ହୋଇଯାଇଛି । ଆସନ୍ତା ୧୭ ତାରିଖରେ ପିପିଲିରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରୁଛନ୍ତି । ପିପିଲି ଉପନିର୍ବାଚନରୁ ପ୍ରାର୍ଥୀଭାବେ ଛିଡ଼ା ହୋଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରୁଛନ୍ତି । ପିପିଲ- ଡ଼େଲାଙ୍ଗର କଥା ମୁଖ୍ୟମନ୍ତ୍ରୀ ନିଜେ ବୁଝିବେ ବୋଲି ନିଜ ପ୍ରଚାରରେ ସେଠାକାର ଜନତାଙ୍କୁ କହିଛନ୍ତି । ହଜାର ହଜାର ମହିଳା ଭୋଟର ରାଲିରେ ସାମିଲ ହୋଇଛନ୍ତି । କରୋନା ପାଇଁ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ଆସି ପାରିନଥିବାରୁ ପରେ ଆସି ପିପିଲି-ଡ଼େଲାଙ୍ଗବାସୀଙ୍କୁ ଦେଖା କରିବା ଲାଗି ପ୍ରଚାରରେ କହିଛନ୍ତି । ମହିଳାମାନଙ୍କୁ ନେଇ ମିଶନ ଶକ୍ତି ଆଜି ବିକାଶ ପଥରେ ସାରଥୀ ସାଜିଛି । ବିକାଶ ଆଜି ନୂଆ ଓଡ଼ିଶାର ପରିଚୟ ସାଜିଛି ବୋଲି କହିଛନ୍ତି ନବୀନ । ଏହାସହ କରୋନା ନିୟମ ମାନିବା ପାଇଁ ପିପିଲିବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଗାନ୍ଧୀଙ୍କ ପଦଯାତ୍ରା ସ୍ମୃତି ପାଇଁ ପିପିଲି-ଡ଼େଲାଙ୍ଗ ଧନ୍ୟ ବୋଲି ବିଜେଡ଼ି ସୁପ୍ରିମୋ କହିଛନ୍ତି । ବିଜେଡ଼ି ପ୍ରାର୍ଥୀ ରୁଦ୍ର ପତାପଙ୍କୁ ଜିତାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି-ଡ଼େଲାଙ୍ଗବାସୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.