fbpx

ପିଟବୁଲ ରିଲିଜ୍ କଲେ ମହାମାରୀ ଉପରେ ନୂଆ ଗୀତ

ଆମେରିକୀୟ ରାପର ପିଟବୁଲନିଜର ନୂଆ ଗୀତ ରିଲିଜ୍ କରିଛନ୍ତି । କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଯେଉ ହଇଚଇ ସୃଷ୍ଟି ହୋଇଛି, ତାହାକୁ ନେଇ ସେ ଏହି ଗୀତ ତିଆରି କରିଛନ୍ତି । ଖାସ୍ କଥା ହେଉଛି ଯେ, ଏହି ଗୀତରୁ ଯାହା ଆୟ ହେବ, ତାହା କୋଭିଡ୍-୧୯ର ଚିକିତ୍ସା ପାଇଁ ଦାନ କରାଯିବ ।

ତେବେ ପିଟବୁଲ ନିଜର ଇନଷ୍ଟ୍ରାଗ୍ରାମରେ ଏହି ଗୀତ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ଗୀତ ଦ୍ୱାରା ସାରା ବିଶ୍ୱରେ ଥିବା ବରିଷ୍ଠ ବ୍ୟକ୍ତି, ସ୍ବାସ୍ଥ୍ୟ କର୍ମୀ ଏବଂ ଛାତ୍ରଙ୍କୁ ଏହି ଭିଡିଓରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ଏହି ଭିଡିଓ ପୋଷ୍ଟ କରି ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ଗୀତର ସମସ୍ତ ଆୟ ବିଶ୍ୱର ସମସ୍ତ ଚାରିଟିକୁ ଦିଆଯିବ।

Get real time updates directly on you device, subscribe now.