କେଉଁ ଟିମ୍‌ର ରୋଜଗାର ଅଧିକ? ଏତେ ଟଙ୍କା ଆସେ କେଉଁଠୁ?

ମାସେ ଧରି ଚାଲୁଥିବା ଖେଳର ଏହି ମହାକୁମ୍ଭରେ କିଏ ହେଉଛନ୍ତି ସବୁଠାରୁ ଧନୀ କ୍ରିକେଟର? ଏହାଛଡ଼ା କେଉଁ ଫ୍ରାଞ୍ଚାଇ ହେଉଛନ୍ତି ଦେଶର ସବୁ ଦାମୀ ଟିମ୍‌?

ମୁମ୍ବାଇ: ପ୍ରତିବର୍ଷ ଭାରତରେ ଖେଳାଯାଉଛି ବିଶ୍ୱର ସବୁଠାରୁ ଧନୀ ଲିଗ। ଯାହାର ନାଁ ହେଉଛି ଆଇପିଏଲ୍‌। ଏଥିରେ ବଡ଼ବଡ଼ କ୍ରିକେଟ୍‌ର ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ଖେଳୁଛନ୍ତି ମ୍ୟାଚ୍‌। ହେଲେ ଜାଣିଛନ୍ତି ମାସେ ଧରି ଚାଲୁଥିବା ଖେଳର ଏହି ମହାକୁମ୍ଭରେ କିଏ ହେଉଛନ୍ତି ସବୁଠାରୁ ଧନୀ କ୍ରିକେଟର? ଏହାଛଡ଼ା କେଉଁ ଫ୍ରାଞ୍ଚାଇ ହେଉଛନ୍ତି ଦେଶର ସବୁ ଦାମୀ ଟିମ୍‌? ଆସନ୍ତୁ ଏହା ଉପରେ ନଜର ପକାଇବା।

ଧନୀ ଆଇପିଏଲ୍ କ୍ରିକେଟ୍‌ର ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲୀ। ତାଙ୍କ ପଛକୁ ଅଛନ୍ତି ବିଶ୍ୱକପ୍ ବିଜେତା ରୋହିତ ଶର୍ମା। ତୃତୀୟ ସ୍ଥାନରେ ଅଛନ୍ତି ୨୦-୨୦ ଓ ୫୦ ଓଭର ବିଶିଷ୍ଟ ବିଶ୍ୱକପ୍ ବିଜେତା ମହେନ୍ଦ୍ର ସିଂହ ଧୋନୀ।

୧: ବିରାଟ କୋହଲୀ
୨୦୦୮ ମସିହାରେ ଆଇପିଏଲ୍ ଆରମ୍ଭ ହୋଇଥିଲା। ସେହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ଖେଳୁଛନ୍ତି। ପୂର୍ବରୁ ସେ ଏହି ଟିମ୍‌ରେ ଅଧିନାୟକ ହୋଇଥିଲେ। ହେଲେ ଗତ ୨ଟି ସିଜିନ୍‌ରେ ସେ ଦଳର ପ୍ରମୁଖ ଖେଳାଳି ଭାବେ ଖେଳୁଛନ୍ତି। ତଥ୍ୟ ଅନୁସାରେ ସେ ଆଜି ପର୍ଯ୍ୟନ୍ତ ୨୩୦ କୋଟି ଟଙ୍କା ଆଇପିଏଲ୍‌ରୁ ରୋଜଗାର କରିଛନ୍ତି। ବ୍ରାଣ୍ଡ ଭେଲ୍ୟୁରେ ସେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି।

୨: ରୋହିତ ଶର୍ମା

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଟିମ୍ ପାଇଁ ଖେଳୁଛନ୍ତି। ସେ ପୂର୍ବରୁ ଏହି ଟିମ୍‌ର ଅଧିନାୟକ ଥିଲେ। ହେଲେ ଗତ ୨ ବର୍ଷ ହେଲା ସେ ଅଧିନାୟକ ନାହାନ୍ତି। ବର୍ତ୍ତମାନ ସେ କେବଳ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଭାବେ ଖେଳୁଛନ୍ତି। ହେଲେ ଚଳିତବର୍ଷ ଅସୁସ୍ଥ ପାଇଁ ବେଶୀ ମ୍ୟାଚ ଖେଳିପାରି ନାହାନ୍ତି। ସେ ମଧ୍ୟ ବିରାଟ୍ ପରି ଜଣେ ଧନି ଖେଳାଳି। ରିପୋର୍ଟ ଅନୁସାରେ ଆଇପିଏଲ୍‌ରୁ ସେ ୨୨୭.୨ କୋଟି ଟଙ୍କା ରୋଜଗାର କରିଛନ୍ତି।

୩: ମହେନ୍ଦ୍ର ସିଂହ ଧୋନୀ

ଟିମ୍ ଇଣ୍ଡିଆର ବିଶ୍ୱକପ ବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୫ ଥର ଚାମ୍ପିଅନ କରାଇଛନ୍ତି। ଏବେ ମଧ୍ୟ ସେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଛନ୍ତି। ହେଲେ ଚଳିତ ସିଜିନ୍‌ରେ ସେ ଦଳରେ ଅଛନ୍ତି କିନ୍ତୁ ଖେଳୁନଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ତାଙ୍କର ଆୟ ୨୦୦ କୋଟିରୁ ଅଧିକ ଟଙ୍କା ହେବ। ଆଜି ମଧ୍ୟ ଧୋନୀ ଦେଶର ସବୁଠାରୁ ବଡ଼ କମର୍ସିଆଲ୍ ଓ ବ୍ରାଣ୍ଡ ଆଇକନ୍ ରହିଛନ୍ତି।

ଆଇପିଏଲ୍‌ରେ ଧନୀ ଟିମ୍ କେକେଆର

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ଜୁହି ଚାୱଲାଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଆୟରେ ସମସ୍ତଙ୍କୁ ପଛରେ ପକାଇ ଦେଇଛି। କେକେଆରର ମୋଟ ଭାଲ୍ୟୁଏସନ ୧୯,୨୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଯାହା ସହିତ ଏହା ଦେଶର ସବୁଠାରୁ ମୂଲ୍ୟବାନ ଆଇପିଏଲ୍ ଫ୍ରାଞ୍ଚାଇଜ ପାଲଟିଛି।

ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ଚେନ୍ନାଇ ସୁପର କିଙ୍ଗସ ଭାଲ୍ୟୁଏସନ୍ ମାମଲାରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦଳର ବ୍ରାଣ୍ଡ ଭାଲ୍ୟୁ ପ୍ରାୟ ୧୮,୪ ୦୦ କୋଟି ଟଙ୍କା ରହିଥିବା ଆକଳନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଆଇପିଏଲର ସମସ୍ତ ୧୦ଟି ଫ୍ରାଞ୍ଚାଇଜର ମୋଟ ଭାଲ୍ୟୁଏସନ୍ ଏବେ ୧.୬୩ ଲକ୍ଷ କୋଟି ଟଙ୍କା ପାର କରିସାରିଛି। ଯେଉଁଥିପାଇଁ ଏହାକୁ ବିଶ୍ୱର ସବୁଠାରୁ ଧନୀ କ୍ରୀଡ଼ା ଲିଗ୍ ମଧ୍ୟରେ ଗଣାଯାଉଛି।

ଏତେ ଟଙ୍କା କେଉଁଠୁ ଆସିଥାଏ?

ହୁରୁନ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଆଇପିଏଲ୍ ଫ୍ରାଞ୍ଚାଇଜର ରୋଜଗାର ଓ ରାଜସ୍ୱ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ। ବରଂ ଏହାର ମାଧ୍ୟମ ଅନେକ ରହିଛି। ସବୁଠାରୁ ଅଧିକ ଟଙ୍କା ବ୍ରଡକାଷ୍ଟିଂ ରାଇଟ୍ସ (ଟିଭି ଓ ଡିଜିଟାଲ୍ ମିଡିଆ ରାଇଟ୍ସ) ରୁ ଆସିଥାଏ। ଏହା ବ୍ୟତୀତ ମ୍ୟାଚ ଟିକେଟ୍ ବିକ୍ରି, ସ୍ପନସରସିପ୍, ଗ୍ଲୋବାଲ୍ ଫ୍ୟାନ୍ ଆଦିରୁ ଆସିଥାଏ।