fbpx

ଯୁକ୍ତ ଦୁଇ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ: ମାର୍ଚ୍ଚ ୧ରୁ ହେବ ବିଜ୍ଞାନ..

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ ରୁ ବିଜ୍ଞାନ, ୨ରୁ କଳା ଏବଂ ୩ ରନ୍ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ତେବେ କୋଭିଡ ଗାଇଡଲାଇନ ଅନୁସାରେ ଏହି ପରୀକ୍ଷା ହେବ । ସମ୍ପୁର୍ଣ୍ଣ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ । ଏହା ସହିତ ଫେବୃୟାରୀ ୧ ରୁ ୧୦ ତାରିଖ ଭିତରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.