fbpx

ଦେଶବାସୀଙ୍କୁ ବିଜୟା ଦଶମୀ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ହେଉଛି ବିଜୟା ଦଶମୀ । ଏହି ଦିନ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ଅସତ୍ୟ ଉପରେ ଧର୍ମର ବିଜୟ ପ୍ରତିଷ୍ଠା କରିଥିଲେ । ତେବେ ଆଜିର ପବିତ୍ର ଦିବସରେ ଦେଶବାସୀଙ୍କ ମଙ୍ଗଳା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତ୍ୟେକ ନାଗରିକଙ୍କର ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଭରିଉଠୁ ଏହା ମାଆଙ୍କ ନିକଟରେ କାମନା କରିଛନ୍ତି ମୋଦି ।

ଆଜିର ଦିନଟି ମହାଭାରତ କାଳ ସହିତ ଯୋଡ଼ି ହୋଇ ରହିଛି । ତଥ୍ୟ ଅନୁଯାୟୀ, ବିଜୟାଦଶମୀ ଦିନରେ ଶାସ୍ତ୍ରକୁ ପୂଜା କଲେ ଯୁଦ୍ଧରେ ବିଜୟପ୍ରାପ୍ତ ହୋଇଥାଏ । ପାଣ୍ଡବମାନେ ବିଜୟାଦଶମୀରେ ଶାମୀ ନାମକ ବୃକ୍ଷ ଓ ହତିଆରକୁ ପୂଜା କରୁଥିଲେ । ତେବେ ଆଜିର ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ବିଭିନ୍ନ ରାଶିର ଲୋକଙ୍କ ପାଇଁ ଖୁବ ଶୁଭଦାୟକ ହେବ । ତେଣୁ ବ୍ୟବସାୟ, ନିବେଶ ଓ ଆର୍ଥିକ ନେଣଦେଣ ମାମଲାରେ କିଛି ରାଶିର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.