fbpx

Prime Ministerଙ୍କ ବାସଭବନ ଭଡ଼ାରେ ଲାଗିବ, ପଇସା ଅଭାବରୁ ଏହି ଦେଶର ସରକାର ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ : ଜଣେ ସାଧାରଣ ଲୋକ ନିଜ ଘରକୁ ବ୍ୟବସାୟ, ଫାମିଲି, ବ୍ୟାଚଲରଙ୍କୁ ଭଡ଼ା ସୂତ୍ରରେ ଦେଇଥାଏ । ମାତ୍ର ଯଦି ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ାରେ ଦିଆଯିବ, ତେବେ ଯେ କେହି ଏହି କଥାରେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ନିକଟରେ ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରୀ ବାସଭବନକୁ ଭଡ଼ାରେ ଲଗାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ତେବେ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପାକିସ୍ତାନ ସଂସଦ ଏପରି ଏକ ପଦକ୍ଷେପକୁ ମଞ୍ଜୁରୀ ଦେଇଛି । ପୂର୍ବରୁ ଗତ ୨୦୧୯ରେ ଏନେଇ ସରକାରୀ ଭାବେ ଘୋଷଣା କରାଯାଇଥିଲା । ତେବେ ଏହି ବାସଭବନକୁ ଶିକ୍ଷା, ଫ୍ୟାସନ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ଭଡ଼ା ସୂତ୍ରରେ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲେ ହେଁ କେହି ଭଡ଼ା ନେବାକୁ ଆଗ୍ରହୀ ହୋଇନାହାନ୍ତି । ଭଡ଼ା ସୂତ୍ରରେ ଦେବା ପାଇଁ ନିଷ୍ପତ୍ତି ହୋଇଥିଲେ ଏହି ବାସଭବନର ଯେପରି କୌଣସି କ୍ଷତିସାଧନ ନହୁଏ, ସେଥିପାଇଁ ଦୃଷ୍ଟି ଦେବାକୁ ଏକ କମିଟି ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସମୟରେ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତୁ କରୁଥିବାରୁ ତାହାକୁ ପୁନରୁଦ୍ଧାର କରିବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

Get real time updates directly on you device, subscribe now.