PM Kisan Yojana: ୨ ହଜାର ନୁହେଁ, ଏକା ସାଙ୍ଗରେ ମିଳିବ ଏତେ ହଜାର…ହୋଲି ପୂର୍ବରୁ ଚାଷୀଙ୍କୁ ଖୁସି ଖବର ଦେଲେ ସରକାର!

୨ ହଜାର ଜାଗାରେ ଏତେ ଟଙ୍କା ଦେବେ ସରକାର ।

PM Kisan Samman Nidhi Yojana: ପିଏମ୍ କିଷାନ୍ ସମ୍ମାନ୍ ନିଧି ଯୋଜନା କିସ୍ତି ଟଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍। ଯାହାକୁ ଦିର୍ଘ ଦିନ ଧରି ଚାହିଁ ରହିଛନ୍ତି ହଜାର ହଜାର ହିତାଧିକାରୀ।

ଚଳିତ ବର୍ଷ ସାଧାରଣତଃ ବିହାରର ଚାଷୀମାନେ ୨୦୦୦ ପରିବର୍ତ୍ତେ ମୋଟ୍ ୩,୦୦୦ ଟଙ୍କା ପାଇବେ ବୋଲି ଚର୍ଚ୍ଚା ହେଉଛି। ଅତିରିକ୍ତ ଏହି ଚାଷୀ ବିହାର ସରକାରଙ୍କ କର୍ପୁରୀ ଠାକୁର୍ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଯୋଗାଇ ଦିଆଯିବ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଭୟ ଯୋଜନାରୁ ପାଣ୍ଠିକୁ ମିଶ୍ରଣ କରି ଚାଷୀମାନେ ବାର୍ଷିକ ମୋଟ୍ ୬ ହାଜର ବଦଳରେ ୯ ହଜାର ଟଙ୍କା ପାଇବେ। କିନ୍ତୁ ପିଏମ୍ କିଷାନ୍ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ମିଳିଥାଏ। ଯାହା ଡିବିଟି ଜରିଆରେ ଆକାଉଣ୍ଟକୁ ଆସିଥାଏ।

ଏହାରି ଭିତରେ ଚାଷୀମାନଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ଯେ, ହୋଲି ପରେ ନା ହୋଲି ଦିନ ଆକାଉଣ୍ଟକୁ ୨୨ ତମ କିସ୍ତି ଟଙ୍କା ଆସିବ?

ତେବେ, ମିଳିଥିବା ସୂଚନା ଅନୁଯାୟୀ ୨୨ ତମ କିସ୍ତି ହୋଲି ପରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ। ହେଲେ, ଏନେଇ ସରକାର କୌଣସି ସୂଚନା ଜାରି କରି ନାହାଁନ୍ତି। ଯେଉଁ ଚାଷୀମାନେ ନିଜର କେଓ୍ବାସି (KYC) ପୂରଣ କରିନାହାଁନ୍ତି। ସେମାନଙ୍କର ଟଙ୍କା ବିଳମ୍ବରେ ମିଳିପାରେ। ସେଥିପାଇଁ ପ୍ରଥମେ ନିଜର କେଓ୍ବାସି ପୂରଣ କରନ୍ତୁ।

ତେବେ,ଏହି ଯୋଜନାର ଲାଭ ଉଠାଇବା ପାଇଁ କେଓ୍ବାଇସି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏନେଇ ଚାଷୀମାନେ ପିଏମ୍ କିଷାନ୍ ପୋର୍ଟାଲ୍ ଭିଜିଟ୍ କରନ୍ତୁ।