fbpx

କୃଷକଙ୍କୁ ବଡ଼ ଉପହାର ଦେବେ ମୋଦୀ ସରକାର: ଉପଭୋକ୍ତାଙ୍କ ବାର୍ଷିକ ରାଶି ୬ ହଜାରରୁ ୮ ହଜାରକୁ ବୃଦ୍ଧି ପାଇବ!

ନୂଆଦିଲ୍ଲୀ: ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମୋଦୀ ସରକାର ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଉପଭେକ୍ତାଙ୍କୁ ଅଧିକ ଅର୍ଥ ପ୍ରଧାନ କରିବେ । ପୂର୍ବରୁ କୃଷକଙ୍କୁ ବର୍ଷକୁ ତିନୋଟି କିସ୍ତିରେ ୬ ହଜାର ଟଙ୍କା ମିଳୁଥିଲା । ମାତ୍ର ଏବେ ତାହା ଆଉ ୨ ହଜାର ଟଙ୍କା ବୃଦ୍ଧି ପାଇ ୮ ହଜାର ଟଙ୍କା ମିଳିବା ନେଇ ଆଶା କରାଯାଉଛି ।

ସୂଚନା ମୁତାବକ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଶେଷ ପୂର୍ଣ୍ଣ ବଜେଟରେ କୃଷକଙ୍କ ପିଏମ କିଷାନ ସମ୍ମାନ ନିଧି ରାଶି ୬ ହଜାରରୁ ୮ ହଜାରକୁ ବଢ଼ାଇ ପାରନ୍ତି । ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାକୁ ପୂର୍ବାପେକ୍ଷା ଶକ୍ତିଶାଳୀ କରିବା ପାଇଁ ସୁପାରିଶ କରାଯାଇଛି । ପିଏମ୍ ମୋଦୀ ମଧ୍ୟ ଏହି ଯୋଜନା ସପକ୍ଷରେ ରହିଥିବା ଜଣାପଡ଼ିଛି ।

ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର ପ୍ରତ୍ୟେକ କୃଷକଙ୍କ ନିକଟରେ ଏହାର ଫାଇଦା ପହଞ୍ଚୁଛି । ତେଣୁ ଏହାର ସିଧାସଳଖ ରାଜନୈତିକ ଫାଇଦା କେନ୍ଦ୍ର ସରକାର ପାଉଛନ୍ତି । ସରକାର ଏହି କିସ୍ତିକୁ ୩ରୁ ୪କୁ ବୃଦ୍ଧି ପରିପାରନ୍ତି । ଆସନ୍ତା ବଜେଟରେ ଏନେଇ ଘୋଷଣା ହୋଇପାରେ । ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ୨ ହଜାର ଲେଖାଏଁ ୩ ଥର ପଠାଯାଉଥିବା ବେଳେ ଏହି ଘୋଷଣା ହେବା ପରେ ୨ ହଜାର ଲେଖାଏଁ ୪ ଥର ପଠାଯିବ । ଏହାଦ୍ୱାରା ଉପଭୋକ୍ତାଙ୍କୁ ୨ ହଜାର ଟଙ୍କାର ଫାଇଦା ମିଳିବ ।

Get real time updates directly on you device, subscribe now.