fbpx

ଖୁସି ଖବର! ୧୨.୧୧ କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପିଏମ କିସାନ ସମ୍ମାନ ନିଧିକୁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଆସିଛି ଖୁସି ଖବର । ୨୦୦୦ ଟଙ୍କାର କିସ୍ତି ପାଇଁ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ଅଗଷ୍ଟ ମାସରେ ଯେକୌଣସି ଦିନ ଆପଣଙ୍କ ଆକାଉଣ୍ଟରେ ଏହି ଟଙ୍କା ପଠାଇପାରନ୍ତି । ତେବେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିଙ୍କ ଅଧୀନରେ ଦେଶର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ଏପର୍ଯ୍ୟନ୍ତ ସରକାର ଚାଷୀଙ୍କୁ ୮ କିସ୍ତିର ଟଙ୍କା ଦେଇଛନ୍ତି । ଏହି ଯୋଜନା ଅଧୀନରେ ଟଙ୍କା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ ।

ଏବେ ଦେଶର ୧୨.୧୧ କୋଟି କୃଷକ ପରିବାରକୁ ୯ ମ କିସ୍ତିର ଟଙ୍କା ଦିଆଯିବ । ଏହି ଆର୍ଥିକ ବର୍ଷର ପ୍ରଥମ କିସ୍ତି ଅର୍ଥାତ୍ ଏପ୍ରିଲ୍-ଜୁଲାଇର କିସ୍ତି ୧୦,୭୧,୯୩,୩୯୯ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ତେବେ ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନାହିଁ, ଜାଣିବା ପାଇଁ ଏପରି କରନ୍ତୁ ଚେକ୍….

– ସର୍ବପ୍ରଥମେ ଆପଣଙ୍କୁ ପିଏମ କିସାନ ଯୋଜନାର ଅଫିସିଆଲ୍ ୱେବସାଇଟ୍ https://pmkisan.gov.inକୁ ଯିବାକୁ ପଡିବ ।

– ଏହାର ହୋମପେଜରେ ଆପଣ Farmers Cornerର ଅପସନ୍ ଦେଖିବେ ।

– Farmers Corner ସେକ୍ସନ ଭିତରେ ଆପଣଙ୍କୁ Beneficiaries List ଅପସନ ଉପରେ କ୍ଲିକ୍ କରିବାକୁ ପଡିବ ।

– ତା’ପରେ ଆପଣଙ୍କୁ ଡ୍ରପ୍ ଡାଉନ୍ ଲିଷ୍ଟରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଗ୍ରାମକୁ ସିଲେକ୍ଟ କରିବାକୁ ପଡିବ ।

– ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡିବ । ପରେ ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ତାଲିକା ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଚେକ୍ କରିପାରିବେ ।

 

Get real time updates directly on you device, subscribe now.