fbpx

ପିଏମ କିଷାନ ସ୍କିମରେ ସରକାରଙ୍କ ଟଙ୍କା ଟ୍ରାନ୍ସଫର, ଜାଣନ୍ତୁ କେବେ ଆପଣଙ୍କ ଖାତାକୁ ଆସିବ ୮ମ କିସ୍ତି ?

ନୂଆଦିଲ୍ଲୀ୧୧ ।୪: ପିଏମ କିଷାନ ସମ୍ମାନ ନିଧିରେ ରେଜିଷ୍ଟ୍ରେସନ କରିଥିବା କୃଷକମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆକାଉଣ୍ଟଧାରୀଙ୍କ ଖାତାକୁ ୨୦୦୦ ଟଙ୍କା ଆସିବାକୁ ଯାଉଛି । ଏହି କିସ୍ତି ଏପ୍ରିଲରୁ ଜୁଲାଇ ମାସ ମଝିରେ ଆସିବ । ଦେଶର ପାଖାପାଖି ୧୧ କୋଟି ୭୪ ଲକ୍ଷ କୃଷକଙ୍କୁ ଅଷ୍ଟମ କିସ୍ତି ଟ୍ରାନ୍ସଫର କରାଯିବ । ଯଦି ଆପଣ ପିଏମ କିଷାନ ସମ୍ମାନ ନିଧିରେ ଆବେଦନ କରିଛନ୍ତି, ତେବେ ଲିଷ୍ଟରେ ଆପଣ ନାଁ ଚେକ୍ କରିପାରିବେ କି ଆପଣଙ୍କୁ ଟଙ୍କା ମିଳିବ କି ନାହିଁ ।

ତେବେ ଆପଣ ପିଏମ କିଷାନ ନିଧି ସମ୍ମାନ ଯୋଜନାରେ ଚେକ୍ କରିବା ପାଇଁ https://pmkisan.gov.in/ ୱେସାଇଟ୍ ଫଲୋ କରିପାରିବେ । ଏହି ୱେବସାଇଟର ଡାହାଣ ପାର୍ଶ୍ୱରେ ଆପଣଙ୍କୁ ‘Farmers Corner’ ଅପସନ୍ ମିଳିବ । ସେଥିରେ କ୍ଲିକ କରି ଆପର ୱେବସାଇଟରେ ନିଜ ଖାତାର ଅପଡେଟ୍ ପାଇପାରିବେ ।

ଏହା ବ୍ୟତିତ କୃଷକମାନେ ପିଏମ କିଷାନ ହେଲ୍ପଲାଇନରୁ ମଧ୍ୟ ସୂଚନା ପାଇପାରିବେ ଓ କୌଣସି ସମସ୍ୟା ପାଇଁ ଅଭିଯୋଗ କରିପାରିବେ । ପିଏମ କିଷାନ ନିଧି ସମ୍ମାନ ଯୋଜନାର ହେଲ୍ପଲାଇନ୍ ନମ୍ବର ହେଉଛି -୧୫୫୨୬୧ । ଏହା ବ୍ୟତୀତ ପିଏମ କିଷାନ ଟୋଲ ଫ୍ରି ନମ୍ବର ୧୮୦୦୧୧୫୫୨୬୬ ଓ ପିଏମ କିଷାନ ଲ୍ୟାଣ୍ଡଲାଇନ ନମ୍ବର ୦୧୧-୨୩୩୮୧୦୯୨, ୨୩୩୮୨୪୦୧ । ପିଏମ କିଷାନର ଆଉ ଏକ ହେଲ୍ପଲାଇନ ୦୧୨୦-୬୦୨୫୧୦୯ ଓ ଇ-ମେଲ [email protected] ରହିଛି ।

Get real time updates directly on you device, subscribe now.