fbpx

ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୧ତମ କିସ୍ତି: କୃଷିମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୧ତମ କିସ୍ତି କୁ ଚାଷୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ପିଏମ କିଷାନ ଯୋଜନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଚାଷୀଙ୍କ ଆକାଉଣ୍ଟକୁ କେବେ ୧୧ତମ କିସ୍ତି ଆସିବ, ସେନେଇ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

କେନ୍ଦ୍ର କୃଷିମନ୍ତ୍ରୀ ତୋମାର କହିଛନ୍ତି ଯେ, ‘ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହି ଯୋଜନା ଅନୁଯାୟୀ କୃଷକମାନେ ତିନି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ପାଉଛନ୍ତି । ମେ’ ୩୧ରେ ଏହାର ୧୧ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ।’ ତେବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ଭର୍ଚୁଆଲ୍ ମାଧ୍ୟମ ମାଧ୍ୟମରେ ମଧ୍ୟପ୍ରଦେଶରେ ଆୟୋଜିତ ଏକ କୃଷି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ଯେଉଁଥିରେ ସେ ଏହାର ସୂଚନା ଦେଇଥିଲେ ।

ଅନ୍ୟପଟେ ଏହି ଯୋଜନାର ଲାଭ ପାଇବା ପାଇଁ ବାଧ୍ୟତାମୂଳକ ହୋଇଥିବା e-KYCର ଡେଡଲାଇନ୍ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏବେ ୨୨ ମେ ୨୦୨୨ ସୁଦ୍ଧା e-KYC ପୂରଣ କରିପାରିବେ । ପୂର୍ବରୁ ଏହାର ଡେଡଲାଇନ୍ ୩୧ ମାର୍ଚ୍ଚ ୨୦୨୨ ଥିଲା । ଏହା ସହ ଖୁବଶୀଘ୍ର ଏହି ଯୋଜନାର ୧୧ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ।

ତେବେ ପିଏମ କିଷାନ ପୋର୍ଟଲରେ କୁହାଯାଇଛି ଯେ, ଆଧାର ଅଧାରିତ ଓଟିପି ପ୍ରାମାଣିକରଣ ପାଇଁ ଚାଷୀମାନଙ୍କୁ Kisan Cornerରେ e-KYC ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ବାୟୋମେଟ୍ରିକ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟର ଯିବାକୁ ପଡିବ । ଏହି କାମ ଘରେ ବସି ମୋବାଇଲ୍, କମ୍ପ୍ୟୁଟର କିମ୍ବା ଲାପଟପ୍ ରୁ ଆପଣ କରିପାରିବେ ।

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଘରେ ବସି କରିପାରିବେ ।
– ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

 

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.