fbpx

ଆଇପିଏସଙ୍କୁ ମୋଦୀ ପଚାରିଲେ ମଜାଳିଆ ପ୍ରଶ୍ନ, ଭିଡିଓ ଭାଇରାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଡେଣ୍ଟିଷ୍ଟରୁ ଆଇପିଏସ୍ ବନିଥିବା ପବଜୋତ୍ ସିମି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ସମ୍ପ୍ରତି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ଲୋକେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଆଇପିଏସ୍ ସିମି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନିଜ ଜୀବନର ସାଧନା ଓ ଯାତ୍ରା ସମ୍ପର୍କରେ ଅନୁଭୂତି ବାଣ୍ଟିଥିଲେ । ତେବେ ମୋଦିଜୀ କିଛି ମଜାଳିଆ ଢଙ୍ଗରେ ସିମିଙ୍କୁ ପ୍ରଶ୍ନ ପଚାରିଥିଲେ, ଯାହାକି ଜଣଙ୍କୁ ହସିବା ପାଇଁ ବାଧ୍ୟ କରିବ ନିଶ୍ଚୟ ।

ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିଲେ ଯେ ‘ଦେଶ କେ ଦୁଶ୍ମନୋ କେ ଦାନ୍ତ ଖଟ୍ଟେ କରନେ କା ରାସ୍ତା କୁଁ୍ୟ?’ (ଶତ୍ରୁଙ୍କୁ ହରାଇବାର ରାସ୍ତା ପସନ୍ଦ କରିବାର ନିଷ୍ପତ୍ତି କାହିଁକି?) ଏଥିସହ ମୋଦୀ ଡା. ସିମିଙ୍କୁ ଆହୁରି ପଚାରିଥିଲେ ଯେ ଆପଣ ଲୋକଙ୍କ ଦାନ୍ତ କଷ୍ଟରୁ ମୁକ୍ତ କରିବା ପାଇଁ ଭଲ ଭୂମିକା ନେଇଥିଲେ, ପୁଣି ଶତ୍ରୁଙ୍କୁ ହରାଇବାର ରାସ୍ତା କାହିଁକି ବାଛିଲେ? ଏହି କଥାରେ ସିମି ହସିହସି ଉତ୍ତର ଫେରାଇଥିଲେ । ସେ କହିଥିଲେ ଯେ ଦୀର୍ଘ ସମୟ ଧରି ସିବିଲ୍ ସର୍ଭିସ୍ (ସାଧାରଣଙ୍କ ସେବା) କରିଆସୁଛନ୍ତି । ଜଣେ ଡାକ୍ତରଙ୍କ କାମ ଓ ଜଣେ ପୋଲିସ୍ ଅଧିକାରୀର କାମ ଲୋକଙ୍କ କଷ୍ଟ ଦୂର କରିବା, ତେଣୁ ଏହି ସେବାକୁ ଭଲ ରୂପେ ନିର୍ବାହ କରିବା ପାଇଁ ରାସ୍ତା ପସନ୍ଦ କରିଲି । କାରଣ ଏହା ଲୋକଙ୍କ ସେବା ପାଇଁ ଏକ ବଡ଼ ମଞ୍ଚ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡା. ସିମି ବିହାର କ୍ୟାଡର୍ ଆଇପିଏସ୍ । ପ୍ରଧାନମନ୍ତ୍ରୀ ଗତ ଶନିବାର ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ଭଲ୍ଲଭଭାଇ ପଟେଲ୍ ରାଷ୍ଟ୍ରୀୟ ପୋଲିସ୍ ଏକାଡେମୀରେ ଆଇପିଏସ୍ ପ୍ରୋବେସନର୍ସଙ୍କ ସହିତ କଥାବାର୍ତ୍ତା କରିଥିଲେ । ସେହିକ୍ରମରେ ଡା.ସିମି ମଧ୍ୟ ମୋଦୀଙ୍କ ସହ କଥାବାର୍ତ୍ତା ହୋଇଥିବା ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି । ଏଥିସହ ସେ ଲେଖିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ଲାଭ କରି କୃତଜ୍ଞତା ଜ୍ଞାପନ କରୁଛି । ପୋଲିସ୍ ସେବାରେ ଉକ୍ରର୍ଷ ପ୍ରତିପାଦନ ଓ ଜନତାଙ୍କ ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ତଥା ଦିଗଦର୍ଶନ ଅମୂଲ୍ୟ । ଆମେ ଏଭଳି ନିରନ୍ତର ନିଷ୍ଠାର ସହ ସେବା କରିବା ସହ ନୂଆ ଭାରତ ଦିଗରେ ଅଗ୍ରସର ହେବୁ ବୋଲି ଆଇପିଏସ୍ ଡା. ସିମି ଉଲ୍ଲେଖ କରିଛନ୍ତି ।

 

View this post on Instagram

 

A post shared by Dr.Navjot Simi (@navjotsimi)

 

 

Get real time updates directly on you device, subscribe now.