fbpx

କାମ ପାଇଁ ମିଳିବ ପୁରସ୍କାର ନଚେତ୍ ‘ରାମ-ରାମ’, ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରୁ ମିଳିଲା ଏହି ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ଅନେକ ମନ୍ତ୍ରୀଙ୍କୁ ବିଦାୟ ଦେଇ ମନ୍ତ୍ରିମଣ୍ଡଳକୁ କିଛି କଡ଼ା ବାର୍ତ୍ତା ଦେଇଛନ୍ତି । ନିଜ ଶାସନ କାଳରେ ପ୍ରଥମଥର ପାଇଁ କେନ୍ଦ୍ର କ୍ୟାବିନେଟ୍ ରେ ଏକ ବଡ଼ ଧରଣର ପରିବର୍ତ୍ତନ କରି କାର୍ଯ୍ୟଧାରାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । ଯେଉଁଭଳି ଭାବରେ ୬ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୧୨ ଜଣ ମନ୍ତ୍ରୀଙ୍କୁ ହଟାଇ ଆଉ ସାତ ରାଜ୍ୟର ମନ୍ତ୍ରୀଙ୍କୁ ସୁଯୋଗ ପ୍ରଦାନ କରାଯାଇଛି ଏଥିରୁ ହିଁ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ସମୀକରଣ ଜଣାପଡ଼ୁଛି ।

ଆଉ ଅନୁରୁପ ଭାବରେ ମନ୍ତ୍ରୀ ମାନଙ୍କୁ ଏହି ଶିକ୍ଷା ମିଳିଲା ଯେ, ଯିଦ କାମ ସୂଚାରୁ ରୂପେ ନକରନ୍ତି ତେବେ ହାତରୁ କ୍ଷମତା ଯିବା ନିଶ୍ଚିତ । ଆଉ ଯଦି କାମରେ ପକ୍କା ରୁହନ୍ତି ତାହେଲେ ଯାଇ ଅଧିକ ସମୟ ପର୍ଯ୍ୟନ୍ତ କ୍ୟାବିନେଟ୍ ରେ ତିଷ୍ଠି ହୋଇ ରହିପାରିବେ । ଅନ୍ୟପଟେ ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ଯେ, ମୋଦୀଙ୍କ ଏହି ନୁତନ ମନ୍ତ୍ରୀମଣ୍ଡଳ ଚୟନ ହେଉଛି ଆସନ୍ତା ବର୍ଷ ପାଇଁ ନିର୍ବାଚନର ପ୍ରସ୍ତୁତି । କାରଣ କ୍ୟାବିନେଟ୍ ରେ ଏହି ବଡ଼ଧରଣର ପରିବର୍ତ୍ତନରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁଭଳି ଭାବରେ ଅନେକ ଭେଟେରାନ୍ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଛି, ଏକ ସ୍ପଷ୍ଟ ସୂଚନା ରହିଛି ଯେ କେବଳ ବରିଷ୍ଠତା ହେତୁ ଜଣେ ମନ୍ତ୍ରୀ ରହିପାରିବେ ନାହିଁ। କ୍ରମାଗତ ଭାବରେ ଦେଖାଯାଉଥିଲା ଯେ ବହୁ ବରିଷ୍ଠ ମନ୍ତ୍ରୀ ସେମାନଙ୍କର ଉତ୍ତରଦାୟିତ୍ୱ ହରାଉଛନ୍ତି, ତେଣୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର ରାସ୍ତା ଦେଖାଇ ଦିଆଯାଉଛି ।

Get real time updates directly on you device, subscribe now.