fbpx

ମାର୍ଚ୍ଚ ମାସରେ ଦରମା ହେବ ୯୦ ହଜାର: DAକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ହୋଲି ପରେ ପରେ କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଚଳିତମାସରେ ସେମାନଙ୍କ ଦରମା ବୃଦ୍ଧି ହେବା ନେଇ ସେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନ ଉପଭୋକ୍ତା ଲାଭବାନ ହୋଇପାରିବେ । କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଥିବା ନେଇ ଏକ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହାପରେ ଅଫିସରମାନଙ୍କ ଦରମାରେ ଏକ ବଡ ପରିବର୍ତ୍ତନ ହେବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, କେନ୍ଦ୍ର ସରକାର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିବା ଘୋଷଣା କରିଛନ୍ତି । ଏହାପରେ ସେମାନଙ୍କ ଡିଏ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଏ ନେଇ କୌଣସି ଆନୁଷ୍ଠାନିକ ଗୋଷଣା ହୋଇନାହିଁ । ତେବେ ଯଦି କୌଣସି କର୍ମଚାରୀଙ୍କ ଦରମା ୩୦ ହଜାର ହୋଇଥାଏ, ତେବେ ତାଭ୍କର ଗ୍ରସ ସାଲାରୀରେ ପ୍ରାୟ ୧୦,୮୦୦ ଟଙ୍କା ବୃଦ୍ଧି ହେବ । ତେବେ ସଚିବ ସ୍ତରରେ କର୍ମଚାରୀମାନଙ୍କ ଦରମା ବାର୍ଷିକ ୯୦ ହଜାର କିମ୍ବା ତାଠାରୁ ଅଧିକ ହୋଇପାରେ । ଏହାସହିତ ଡି.ଆରରେ ବୃଦ୍ଧି ହେବା ଦ୍ୱାରା କର୍ମଚାରୀଙ୍କ ପେନସନରେ ମଧ୍ୟ ବୃଦ୍ଧି ଘଟିବ । ପେନସନର୍ସ ମାନଙ୍କ ଡିଆର ୪୨% ବୃଦ୍ଧି ପାଇଲେ ଏମାନଙ୍କୁ ମାସିକ ୧୪,୮୬୮ ଟଙ୍କା ମିଳିପାରିବ । ତେବେ ଏହା କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିଛି ।

ସୂଚନା ଅନୁସାରେ, ମାର୍ଚ୍ଚ ମାସର ଦରମାରେ ବୃଦ୍ଧି ହୋଇଥିବା ମହଙ୍ଗା ଭତ୍ତା ଉପଭୋକ୍ତାଙ୍କୁ ପ୍ରଦାନ କରି ଦିଆଯିବ । ଏହାସହିତ କର୍ମଚାରୀମାନଙ୍କୁ ଜାନୁୟାରୀ ଏବଂ ଫେବୃଆରୀ ମାସର ଟଙ୍କା ଏରିୟର ଭାବରେ ମିଳିବ । ଶ୍ରମ ମନ୍ତ୍ରାଳୟ ତରପରୁ ମିଳିଥିବା ସୂଚନା ଅନୁଯାୟୀ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଅଧାରରେ ଡିଏର ହିସାବ କରାଯାଇଥାଏ । ଦେଶରେ ବୃଦ୍ଧି ପାଉଥିବା ମୃଦ୍ରାସ୍ପିତୀ ଅନୁସାରେ, କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.