ହଠାତ୍ ଇଥିଓପିଆରେ ପହଞ୍ଚିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ତାଙ୍କୁ ନେବା ପାଇଁ ନିଜେ କାର ଚଲାଇଲେ ଇଥିଓପିଆ PM, ବିଶ୍ବ ଦେଖିଲେ ଦୁଇ ଦେଶର ଘନିଷ୍ଠ ବନ୍ଧୁତା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଡ୍ରାଇଭିଙ୍ଗ କଲେ ଇଥିଓପିଆ PM !

ଓଡିଶା ଭାସ୍କର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନ ପରେ ଏବେ ଇଥିଓପିଆ ଗସ୍ତ କରିଛନ୍ତି। ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ଇଥିଓପିଆ ଯାଇଛନ୍ତି।

ଫେଡେରାଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଇଥିଓପିଆକୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଗସ୍ତ। ଇଥିଓପିଆର ଆଡିସ୍ ​​ଆବାବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲିଙ୍କ ଭିତରେ କିଛି ସମୟ ଧରି ଆଲୋଚନା ଚାଲିଥିବାର ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି।

କାର ଚଳାଇଲେ ଇଥିଓପିଆର ପ୍ରଧାନମନ୍ତ୍ରୀ:

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କାର ଚଳାଇ ନିଜେ ଗଲେ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲି। ସେ କାର ଚଲାଇ ପ୍ରଦାନମନ୍ତ୍ରୀ ମୋଦିଙ୍କୁ  ହୋଟେଲକୁ ନେଇ ଯାଇଥିଲେ।

ବାଟରେ, ସେ ବିଜ୍ଞାନ ସଂଗ୍ରହାଳୟ ଏବଂ ବନ୍ଧୁତା ପାର୍କ ଦେଖାଇଥିଲେ  ଯାହା ପୂର୍ବ ଯୋଜନାବଦ୍ଧ ଯାତ୍ରାର ଅଂଶ ନଥିଲା। ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଇଙ୍ଗିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ତାଙ୍କର ସମ୍ମାନକୁ ପ୍ରତିଫଳିତ କରିଥିଲା।

ସଂସଦରେ ସମ୍ବୋଧିତ କରିବେ: ପ୍ରଧାନମନ୍ତ୍ରୀ ଇଥିଓପିଆ ସଂସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ।
ତାଙ୍କର ପ୍ରଥମ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଇଥିଓପିଆ ସଂସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ।

ତାଙ୍କ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ମୋଦୀ ଗଣତନ୍ତ୍ରର ଜନନୀ ଭାବରେ ଭାରତର ଯାତ୍ରା ଉପରେ ମଧ୍ୟ ନିଜର ଚିନ୍ତାଧାରା ବାଣ୍ଟିବେ। ସେ  ଭାରତ ଏବଂ ଇଥିଓପିଆ ମଧ୍ୟରେ ସହଭାଗୀତାର ଗୁରୁତ୍ୱ ବିଷୟରେ ଆଲୋଚନା କରିପାରନ୍ତି। ଇଥିଓପିଆରୁ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତର ତୃତୀୟ ପର୍ଯ୍ୟାୟରେ ଓମାନ ଯାତ୍ରା କରିବେ।

କାହିଁକି ପ୍ରଧାନମନ୍ତ୍ରୀଙ୍କ ଇଥିଓପିଆ ଗସ୍ତ ଗୁରୁତ୍ବପୂର୍ଣ୍ଣ: ଏହାଦ୍ବାରା ଦୁଇ ଦେଶ ଭିତରେ ସମ୍ପର୍କ ସୁଦୃଢ ହେବ ସେଥିରେ କିଛି ସନ୍ଦେହ ନାହିଁ, ଆଫ୍ରିକା ସଙ୍ଘର ମୁଖ୍ଯାଳୟ ମଧ୍ୟ ଏଠାରେ ରହିଛି। ତେଣୁ ହୁଏତ କିଛି ଖାସ କାମ ପାଇଁ ସେଠାକୁ ପ୍ରଧାନମନ୍ତ୍ରୀ ଗସ୍ତ କରିଥିବେ ବୋଲି କୁହାଯାଉଛି।