fbpx

ବିଶ୍ୱ ପାଇଁ ପ୍ରେରଣା ସାଜିଛନ୍ତି ମୋଦୀ: ମେଟ ଫ୍ରେଡେରିକସେନ

ନୂଆଦିଲ୍ଲୀ: ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଦାନିସ ପ୍ରଧାନମନ୍ତ୍ରୀ ମେଟ ଫ୍ରେଡେରିକସେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଶନିବାର ମେଟ ଫ୍ରେଡେରିକସେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ବୈଠକରେ କହିଛନ୍ତି ଯେ ପ୍ରଧାନମନ୍ତ୍ର ମୋଦୀ ନବୀକରଣ ଶକ୍ତି ଦିଗରେ କରୁଥିବା କାର୍ଯ୍ୟଯୋଗୁଁ ସାରା ବିଶ୍ୱ ପାଇଁ ପ୍ରେରଣା ପାଲଟିଛନ୍ତି ।

୧୦ କୋଟି ଘରକୁ ଶୁଦ୍ଧ ପାଣି ଦେବା ସହ ଏହାକୁ ନବୀକରଣ ଶକ୍ତିରେ ବଦଳାଇବା ପଦକ୍ଷେପକୁ ନେଇ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ପାଲଟିଛନ୍ତି । ଏହା ସହ ସେ ତାଙ୍କ ନିମନ୍ତ୍ରଣରେ ମୋଦୀ ଡେନମାର୍କ ଯାଇଥିବାରୁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

୨୦୩୦ ସୁଦ୍ଧା ନବୀକରଣ ଶକ୍ତିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୫୦ ଗିଗାୱାଟର ଲକ୍ଷ୍ୟ ରଖିଛନ୍ତି  । ଏହାକୁ ଏକ ଚାଲେଞ୍ଜ ଭାବରେ ଗ୍ରହଣ କରିଥିଲେ । ଫ୍ରେଡେରିକସେନ କହିଛନ୍ତି ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଅନ୍ତର୍ଜାତୀୟ ନିୟମ ଉପରେ ବିଶ୍ୱାସ ରଖିଛନ୍ତି । ଉଭୟ ଦେଶ ମଧ୍ୟରେ ଚାରିଟି ଚୁକ୍ତି ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଦାନିସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଏବଂ ଇଣ୍ଡିଆ ମଧ୍ୟରେ ସହଭାଗିତା ଉଭୟ ଦେଶର ଉଚ୍ଚାଭିଳାଷୀ କ୍ଷମତାକୁ ଦର୍ଶାଉଛି ।

Get real time updates directly on you device, subscribe now.