fbpx

ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା: ଟିକାକରଣକୁ ନେଇ ଭ୍ରମିତ ନେହେବାକୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ତେବେ ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ଦେଶକୁ ଉଦବୋଧନ ଦେଇ ମୋଦି କହିଛନ୍ତି ‘ବର୍ତ୍ତମାନ ପୂର୍ବ ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ତୀବ୍ର ଗତିରେ ମାଡ଼ିଚାଲିଛି । ଆମେରିକାରେ ଦିନକରେ ୧୪ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି । ତେଣୁ ଆମକୁ ଏପରି ସ୍ଥିତିରେ ଭୟଭୀତ ନହୋଇ ସତର୍କ ଏବଂ ସାବଧାନ ରହିବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ବର୍ତ୍ତମାନ ୯୦ % ପ୍ରଥମ ଏବଂ ୭୦% ଲୋକ ୨ୟ ଡୋଜ୍ ନେଇସାରିଛନ୍ତି । ଭାରତରେ ୩ କୋଟି କିଶୋରଙ୍କୁ ଟିକାକରଣ କରାଗଲାଣି । ପୂଜା ପାର୍ବଣରେ ଋତୁରେ ଆମେ ଟିକେ ବି ବେପରୁଆ ହେବାନି । ମେଡିକାଲ ଭିତ୍ତିଭୂମିକୁ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଟିକାକରଣକୁ ନେଇ କୌଣସି ପ୍ରକାର ଭ୍ରମକୁ ବିଶ୍ୱାସ ନକରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେକøଣସି ଭ୍ୟାରିଆଣ୍ଟ ହେଉ ତାହା ବିରୋଧରେ ଟିକା ଲଢ଼ିବ । ଟିକାହିଁ କରୋନା ବିରୋଧୀ ଲଢ଼େଇରେ ପ୍ରମୁଖ ଅସ୍ତ୍ର ।

ସେ ଆହୁରି କହିଛନ୍ତି ରାଜ୍ୟମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ଅଛି, ପ୍ରିକସନ ଡୋଜ ଯେତେ ଶୀଘ୍ର ଦିଆଯାଇପାରିବ, ବହୁତ ଭଲ ହେବ । ଜୀବନ ଜୀବିକା ପାଇଁ ଲୋକାଲ କଣ୍ଟେନମେଣ୍ଟ ଉପରେ ଜରୁରୀ ଫୋକସ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୋଦି କହିଛନ୍ତି ଅନେକ ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି, ଓମିକ୍ରନ ସହ ସମ୍ଭାବ୍ୟ ଭାରିଆଣ୍ଟକୁ ମୁକାବିଲା ପାଇଁ ପ୍ରସ୍ୁତ ହେବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପାରମ୍ପରିକ କାଢ଼ା ପିଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.