fbpx

ମୋଦୀ ପୁଣି ବନିଲେ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା, ଷଷ୍ଠ ସ୍ଥାନରେ ବାଇଡେନ୍; ୧୩ ଅଗ୍ରଣୀ ନେତାଙ୍କ ତାଲିକା ଜାରି

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ୱର ସବୁଠାରୁ ଲୋକକ୍ରିୟ ନେତାର ତାଲିକାରେ ୭୧ ପ୍ରତିଶତ ରେଟିଂ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସବୁଠାରୁ ଉପରେ ରହିଛି । “ମର୍ଣ୍ଣି କନସଲ୍ଟ ପଲିଟିକାଲ୍ ଇଣ୍ଟେଲିଜେନ୍ସ” ରେ ପ୍ରକାଶ ପାଇଥିବା ବିଶ୍ୱର ୧୩ ନେତାଙ୍କ ତାଲିକାରେ ଆମେରିକୀ ରାଷ୍ଟ୍ରପତି ଜୋ ବାଇଡେନ୍ ଷଷ୍ଠ ସ୍ଥାନରେ ରହିଛନ୍ତି ଓ ତାଙ୍କୁ ୪୩% ରେଟିଂ ମିଳିଛି ।

ବାଇଡେନଙ୍କ ପରେ କାନାଡାର ରାଷ୍ଟ୍ରପତି ଜଷ୍ଟିନ୍ ଟୁଡୋଙ୍କ ନାମ ରହିଛି ଓ ତାଙ୍କୁ ମଧ୍ୟ ୪୩ ପ୍ରତିଶତ ରେଟିଂ ମିଳିଛି । ଅଷ୍ଟ୍ରେଲିୟାର ରାଷ୍ଟ୍ରପତି ସ୍କଟ୍ ମରିସସ୍ ଙ୍କୁ ୪୧ ପ୍ରତିଶତ ମିଳିଛି ରେଟିଂ । ତେବେ ପିଏମ୍ ମୋଦୀ ନଭେମ୍ବର ୨୦୨୧ରେ ମଧ୍ୟ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ତାଲିକାରେ ଶୀର୍ଷ ସ୍ଥାନରେ ରହିଥିଲେ । ଏହି ୱେବସାଇଟ୍ ବର୍ତ୍ତମାନ ଅଷ୍ଟ୍ରେଲିୟା, ବ୍ରାଜିଲ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ୍, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ୍, ୟୁନାଇଟେଡ୍ କିଙ୍ଗଡମ୍ ଓ ଆମେରିକାର ନେତା ଓ ଦେଶର ଅଗ୍ରଣୀ ନେତାମନ୍ତ୍ରୀଙ୍କ ଉପରେ ନଜର ରଖିଥାଏ ।

Get real time updates directly on you device, subscribe now.