fbpx

କରୋନା ଟିକା ଭରସାଯୋଗ୍ୟ: ମୋଦୀ

ନୂଆଦିଲ୍ଲୀ,୧୧ ।୧: ଖୁବଶୀଘ୍ର ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଯିବ । ଟିକାକରଣକୁ ନେଇ ସାରା ରାଜ୍ୟରେ ପ୍ରସ୍ତୁତି ଚାଲିଛି । ଟିକାକରଣ ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଆଲୋଚନା କରିଛନ୍ତି ପ୍ରଧରନମନ୍ତ୍ରୀ ନାରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ‘କରେନ।। ଲଢେଇର ଶେେ ପର୍ଯ୍ୟାୟରେ ଆମେ ପହଞ୍ଚିସାରିଛୁ । ଦୁନିଆର ସବୁଠାରୁ ବଡ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରତିବାକୁ ଯାଉଛୁ । ଭାରତ ଯେଉଁ ୨ଟି ଟିକାକୁ ଅନୁମତି ଦେଇଛି, ତାହା ଭାରତରେ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକାକରଣ କରାଯିବ । ସାରା ଦେଶରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟର ୩ କୋଟି ଟିକା ମାଗଣାରେ ଦିଆଯିବ । ପ୍ରଥମ ପର୍ଯ୍ୟାୟ ଟିକା ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ବହନ କରିବ । ୨ୟ ପର୍ଯ୍ୟାୟରେ ୫୦ରୁ ଅଧିକ ବୟସ୍କ, ବହୁବିଧ ରୋଗାକ୍ରାନ୍ତମାନଙ୍କୁ ଟିକା ଦିଆଯିବ । ଆଗାମୀ କିଛି ମାସରେ ୩୦ କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି । ଦେଶରେ ଅନୁମତି ପାଇଥିବା ଟିକା ବିଶ୍ୱାସଯୋଗ୍ୟ । ୨ ଭ୍ୟାକ୍ସିନ ଆସିଛି, ଆଉ ୪ଟି ଆସିବାକୁ ଅଛି ।’

ଏହା ସହ ମୋଦୀ କହିଛନ୍ତି ଯେ, ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଟିକାକରଣ ନେଇ ଡ୍ରାଏ ରନ୍ ଶେଷ ହୋଇଛି । ଏହା ଟିକାରଣକୁ ପାଇଁ ବସୁଠାରୁ ବଡ ପଦକ୍ଷେପ । ଟିକାକରଣ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ । ଟିକାକୁ ନେଇ ଅପପ୍ରଚାର ଠାରୁ ସାବଧାନ୍ ରୁହନ୍ତୁ । ଅପପ୍ରଚାର ନହେଉ, ଏନେଇ ରାଜ୍ୟ ପଦକ୍ଷେପ ନିଅନ୍ତୁ । କୋଭିଡ ପ୍ରୋଟୋକଲ କଡାକଡି ଭାବେ ପାଳନ ହେଉ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.