fbpx

ସିଡନୀରେ ଭାରତୀୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ- ଭାରତ ହେଉଛି ବିଶ୍ୱର ସବୁଠୁ ବଡ ଯୁବ ପ୍ରତିଭାର କାରଖାନା

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡିନ୍‌ରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଅଷ୍ଟ୍ରେଲିଆର ସମ୍ପର୍କ ପାରସ୍ପାରିକ ବିଶ୍ୱାସ ଏବଂ ସମ୍ମାନ ଉପରେ ଅଧାରିତ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଭାରତୀୟ ଏକତ୍ରିତ ହୋଇଥିଲେ। ଏଠାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବର୍ତ୍ତମାନ ବିଶ୍ୱର ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି।

ଭାରତ ପାଖରେ ଏବେ ସାମର୍ଥ୍ୟ ଏବଂ ସମ୍ପଦର ଅବାବ ନାହିଁ। ଆଜି ଦୁନିଆରେ ଭାରତ ପାଖରେ ସବୁଠୁ ବଡ଼ ଯୁବଶକ୍ତିର ଫ୍ୟାକ୍ଟ୍ରି ରହିଛି। ତେବେ ସମସ୍ତ ଭାରତୀୟଙ୍କ ପରି ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ଦେଖିବା ପାଇଁ ମୋର ମଧ୍ୟ ସ୍ୱପ୍ନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ୱାନୀଜ୍ ମଧ୍ୟ ଉପସ୍ଥିତ ଥିଲେ।

ଏହା ସହିତ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଭାରତ ବ୍ରିସବେନ୍‌ରେ ଏକ ଣୂତନ ବାଣିଜ୍ୟିକ ଦୂତାବାସ ଖୋଲିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରବାସୀଙ୍କୁ ଏକ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ଯେବେ ଭାରତ ଆସୁଛନ୍ତି ସେତେବେଳେ ସାଙ୍ଗରେ ଜଣେ ଅଷ୍ଟ୍ରେଲିଆ ବନ୍ଧୁ କିମ୍ବା ତାଙ୍କର ପରିବାରକୁ ସାଥିରେ ନେଇ ଆସନ୍ତୁ । ଏହାଦ୍ୱାରା ତାଙ୍କୁ ଭାରତକୁ ଜାଣିବାକୁ ସୁଯୋଗ ମିଳିବ ।

Get real time updates directly on you device, subscribe now.